ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ସେବା ସେତୁ ଅଭିଯାନ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ ସ୍ତରୀୟ ‘ସେବା ସେତୁ ସଂକଳ୍ପ ଅଭିଯାନ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ ଜନହିତକର ଯୋଜନା ଜନସାଧାରଣ କିଭଳି ପାଇପାରିବେ ସେ ନେଇ ସଚେତନତା ସୃଷ୍ଟି କରିବା। ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ ଖୋଲାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା।

ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସାଂସଦ ପ୍ରତିନିଧି ସୁବାସ ଅଗ୍ରୱାଲ, ମଣି ମାଝୀ ପ୍ରମୁଖ ଯୋଗଦେଇ ସରକାରଙ୍କ ଯୋଜନା ଓ ତା’ର ସୁବିଧା ସୁଯୋଗ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ସେବା ସେତୁ ମାଧ୍ୟମରେ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶ୍ୱନାଥପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଲାଞ୍ଜିଗଡ଼ ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ବିଶ୍ୱନାଥପୁର ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ମିଲନ କୁମାର ମହାପାତ୍ର, ସମାଜସେବୀ ଲକ୍ଷ୍ମୀଧର ସନ୍ତୋଷ ରାୟ, ଅନନ୍ତ ପ୍ରଧାନୀ, ତ୍ରିନାଥ ପାତ୍ରଙ୍କ ସମେତ ସରପଞ୍ଚ, ସମିତି ସଭ୍ୟ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ଜନହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.