ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଅନ୍ତର୍ଗତ ବିଭିନ୍ନ ଆଞ୍ଚଳିକ ସାଧନ କେନ୍ଦ୍ରରେ ଶିକ୍ଷା ଓ ଏକାଡେମିକ ସହାୟତା ସୃଦୃଢ଼ କରିବା ପାଇଁ ନୂତନ ସଂଯୋଜକ ନିଯୁକ୍ତି ଦିଆଯାଇଥିବା ବେଳେ ଜୟପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଉପଢୌକନ ପ୍ରଦାନ କରିବା ସହ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମାଧ୍ୟମରେ ସମସ୍ତ ନିଯୁକ୍ତି ପ୍ରକ୍ରିୟା ଶୃଙ୍ଖଳିତ ଭାବରେ ସମ୍ପନ୍ନ କରାଯାଇଥିବାରୁ ବ୍ଳକ ପ୍ରାଥମିକ ସଙ୍ଘ ପକ୍ଷରୁ ସଭାପତି ପ୍ରମୋଦ କୁମାର ଠାକୁର ଓ ସମ୍ପାଦକ ଲଲିତ କୁମାର ନାଏକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।





