ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଶରୀର ପାଇଁ ବ୍ୟାୟାମ ଯେପରି ଅପରିହାର୍ଯ୍ୟ। ବ୍ୟାୟାମ କଲେ ଶରୀର ସୁସ୍ଥ ରୁହେ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ସେହିଭଳି ନୃତ୍ୟ ମଧ୍ୟ ଆମ ମନ ଓ ଶରୀର ପାଇଁ ଏକାନ୍ତ ଅପରିହାର୍ଯ୍ୟ। ନାଚ ଦ୍ୱାରା ପାଦରୁ ମସ୍ତିଷ୍କ ଯାଏଁ ସର୍ବାଙ୍ଗ ବ୍ୟାୟାମ ହୋଇଯାଇଥାଏ। ନୃତ୍ୟ ଓ ଗୀତ ଦ୍ୱାରା ଶରୀର ଓ ମନ ଉଭୟ ସତେଜ ଓ ପ୍ରଫୁଲ୍ଲିତ ରହିଥାଏ ବୋଲି ନର୍ଲା ୟୁନିକ ଡ୍ୟାନ୍ସ ଏକାଡେମୀ ର ଉଦ୍ଘାଟନୀ ଉତ୍ସବରେ ଅତିଥି ଭାବରେ ଯୋଗଦାନ କରିଥିବା ନୃତ୍ୟ ଗୁରୁ ମାନସ ରଞ୍ଜନ ଧଙ୍ଗଡାମାଝୀ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଜିଲ୍ଲା ନର୍ଲା ଆର ଏମ ଫିଟନେସ ଜିମ ପରିସରରେ ରବିବାର ସନ୍ଧ୍ୟା ୬ ଘଣ୍ଟା ସମୟରେ ଉଦ୍ଘାଟିତ ହୋଇଯାଇଛି ୟୁନିକ ଡ୍ୟାନ୍ସ ଏକାଡେମୀ। ଉଦ୍ୟୋଗୀ ମହିଳା ଜ୍ୟୋତି ମହାନ୍ତିଙ୍କ ଉଦ୍ୟୋଗ କ୍ରମେ ଆରମ୍ଭ ହୋଇଥିବା ଏହି ଡ୍ୟାନ୍ସ ଏକାଡେମୀର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରୁପ୍ରାରୋଡର ଯୁବ ଉଦ୍ୟୋଗପତି ସୁମିତ କୁମାର ଅଗ୍ରୱାଲ (ସଣ୍ଟୁ) ଯୋଗଦାନ କରି ଫିତା କାଟି ଏହାର ଉଦ୍ଘାଟନ କରିଥିଲେ।
ଏଥିରେ ସମ୍ମାନୀତ ଅତିଥି ଭାବରେ ପଦ୍ମ ଚରଣ ସାହୁ (ବାବୁଲା), ନୃତ୍ୟଗୁରୁ ମାନସ ରଞ୍ଜନ ଧଙ୍ଗଡାମାଝୀ, ଆଲବମ କୋରିଓଗ୍ରାଫର ପ୍ରକାଶ ବାଗ, ଓଡିଶୀ ନୃତ୍ୟ ଗୁରୁ ଭୋଳା ପ୍ରସାଦ ବାଗ ପ୍ରମୁଖ ଯୋଗଦାନ କରିଥିଲେ। ନୃତ୍ୟ ଗୁରୁ ଶ୍ରୀ ଧଙ୍ଗଡାମାଝୀ ଭବାନୀପାଟଣା ମୟୂରୀ ଡ୍ୟାନ୍ସ ଏକାଡେମୀ ଓ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ଇତ୍ୟବସରରେ ଏହି ନୃତ୍ୟ ଏକାଡେମୀ ଅନୁଷ୍ଠାନ ରେ ଏଡମିସନ ନେଇଥିବା ଛାତ୍ରଛାତ୍ରୀମାନେ କେକ କାଟି ଉଦ୍ଘାଟନୀ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲେ। ଏଥିରେ ଅଞ୍ଚଳର ନୃତ୍ୟ ପ୍ରେମୀ ବ୍ୟକ୍ତି ବିଶେଷଙ୍କ ସମେତ ନର୍ଲାର ଅନେକ କଳାକାର ଓ କଳା ପ୍ରେମୀ ଯୋଗଦାନ କରିଥିଲେ। ସିଦ୍ଧୁ କୁମାର ସାହୁ ଓ ସାମ୍ବାଦିକ ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମୁଁ ଜଣେ ନୃତ୍ୟ କଳାକାର। ଛାତ୍ରୀ ଜୀବନରୁ ସଙ୍ଗୀତ ଓ ନୃତ୍ୟ ପ୍ରତି ମୋର ଅନେକ ରୁଚି ରହିଆସିଛି। ନର୍ଲାରେ ତ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ଅଛି। ବ୍ୟାୟାମ ପାଇଁ ଜିମ ରହିଛି।ହେଲେ ଛାତ୍ର ଛାତ୍ରୀ କିମ୍ୱା ଯୁବ ପିଢୀଙ୍କ ପାଇଁ ଡ୍ୟାନ୍ସ ଏକାଡେମୀଟେ ନାହିଁ। ଏଣୁ ଏହାର ଗୁରୁତ୍ୱ ଉପଲବ୍ଧି କରି ଡ୍ୟାନ୍ସ ଏକାଡେମୀଟେ ସମସ୍ତଙ୍କ ସହଯୋଗରେ ଆରମ୍ଭ କରିଛୁ। ଏହା ନର୍ଲାରେ ନିଶ୍ଚୟ ସଫଳ ହେବ ବୋଲି ମୋର ଆଶା ବୋଲି ଏହି ଏକାଡେମୀର ଉଦ୍ୟୋକ୍ତା ଜ୍ୟୋତି ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।





