ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଂଗ୍ରେସ ଓ ସିପିଆଏମ ର ମିଳିତ ବୈଠକ ବସି ଅକଟୋବର ୮ ତାରିଖ ଓଡିଶା ବନ୍ଧ କୁ ସଫଳ କରିବାକୁ ନିଷ୍ପତି ନିଆଯାଇଥିଲା। ଏଥିପାଇଁ ଆଜି ସୋମବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଶୋଭାଯାତ୍ରା ରେ ସହର ସାରା ବୁଲି ବନ୍ଦ ସପକ୍ଷ ରେ ପ୍ରଚାର କରିଥିଲେ କଂଗ୍ରେସ ଓ ସିପିଆଏମ ର ନେତୃବୃନ୍ଦ। ଉକ୍ତ ଶୋଭାଯାତ୍ରା ସିପିଆଏମ ରାଜ୍ୟ କମିଟି ସଭ୍ୟ ସାଥି ବିଶ୍ୱଜିତ ଚଟର୍ଜିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ କଂଗ୍ରେସ ଜିଲ୍ଲା ସମ୍ପାଦକ ଚିତ୍ତ ବାଗ, କଂଗ୍ରେସ ବ୍ଲକ ସଭାପତି ରୁଦ୍ର ସିଂ, ସିପିଆଏମ ଜିଲ୍ଲା ସମ୍ପାଦକ ସାଥି ସତ୍ୟଜିତ ଚଟର୍ଜି, ଏମ ରାମପୁର ଟାଉନ ସମ୍ପାଦକ ତଥା ସିପିଆଏମ ଜିଲ୍ଲା କମିଟି ସଭ୍ୟ ସାଥି ଗଙ୍ଗାଧର ପ୍ରହରାଜ, ଚମରା ବଗର୍ତି, ଯଶୋଦା ବାଗ, ଦୁଷ୍ମନ୍ତ ରଣା ପ୍ରମୁଖ ସଚେତନତା ଶୋଭାଯାତ୍ରା ରେ ଏମ ରାମପୁର ସହର ପରିକ୍ରମା କରି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରା ଦେବା ସହ ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବୀ ବିଷୟରେ ଜନ ସଚେତନତା ସୃଷ୍ଟି କରିଥିଲେ।





