ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଦାବିକୁ ନେଇ ତେଜିଛି ରାଜନୀତି

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଦାବିକୁ ନେଇ ତେଜିଛି ଛାତ୍ରଙ୍କ ରାଜନୀତି । ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା ସହ ନିର୍ବାଚନ ପରିଚାଳନା ସମିତି ଗଠନ ଦାବି କରିଛି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଏନେଇ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ଦିଆଯାଇଛି । ଏହା ସହ ମହାବିଦ୍ୟାଳୟ ପରିସର ଓ ଛାତ୍ରାବାସରେ ପାନୀୟ ଜଳ, ଲାଇବ୍ରେରୀ, କ୍ରୀଡ଼ା ଓ ଅଣ ଛାତ୍ର ଙ୍କ ଦ୍ୱାରା ହୋଉଥିବା ଅ ସୁରକ୍ଷିତ କୁ ନେଇ ସୁରକ୍ଷା ଦାବି ସହିତ ଅନ୍ୟାନ୍ୟ ଛାତ୍ର ସୁବିଧାର ଅନୁସଙ୍ଗିକ ଉନ୍ନତି ପାଇଁ ମଧ୍ୟ ଦାବି ରହିଛି । ଦାବିଗୁଡ଼ିକ ଉପରେ ଶୀଘ୍ର ପଦକ୍ଷେପ ନେବାକୁ ଏବିଭିପି ସଙ୍ଗ ଦାବି କରିଛି । ଏ ନେଇ ମହାବିଦ୍ୟାଳୟ କତୃପକ୍ଷ ଆମ ଅନୁମତି ବିନା ଫାଟକ ବାହାରେ ବସିଛନ୍ତି କିନ୍ତୁ ଯଥା ଶୀଘ୍ର ଯାହାସବୁ ଅସୁବିଧା ରହିଛି ସମାଧାନ କରାଯିବା ନେଇ କହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.