ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଦେଇ ଅତିକ୍ରମ କରୁଥିବା ୩୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଉଠା ଦୋକାନୀ ମାନେ ଗୁଜୁରାଣ ମେଣ୍ଟାଇବା ନେଇ ଦୋକାନ କରି ଜୀବନ ନିର୍ବାହ କରୁଛନ୍ତି। ସରକାର ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରି ଦୋକାନୀଙ୍କୁ ଆତ୍ମ ନିର୍ଭରଶୀଳ ହେବା ନେଇ ନିଜ ବ୍ୟବସାୟ କରୁଛନ୍ତି। ଆଜି ନୌଷଦ ଖାନ ନାମକ ଦୋକାନରୁ ଟିଣ ଫାଡି ଦେଇଛନ୍ତି। ସେହିପରି ଦିଲୀପ କଟା ନାମକ ଚା ଦୋକାନୀର ଡବାକୁ ଓଲଟାଇ ଦେଇଥିବା ବେଳେ ପୋଲିସର କାର୍ଯ୍ୟକଳାପ ରେ ପ୍ରଶ୍ନବାଚି ସୃଷ୍ଟ ହୋଇଅଛି। ପୋଲିସ ଭୟ ଥିଲେ ସାମାନ୍ୟ ଅସାମାଜିକ ବ୍ୟକ୍ତି ଏଭଳି କାର୍ଯ୍ୟ କରିବାକୁ ସାହସ କରି ନଥାନ୍ତେ ବୋଲି ଆଲୋଚନା ହେଉଛି। ଦୁଇ ମାସ ପୂର୍ବରୁ ରାମଦାସ ଚା ଦୋକାନରେ ମଧ୍ୟ ଚୋରି ଘଟଣା ହୋଇଥିଲା। ଏଠି ପ୍ରତି ପୋଲିସ ପ୍ରଶାସନ ଗୁରୁତ ଦେଇ ଆବଶ୍ୟକ ପଦକ୍ଷେପ, ରାତ୍ର ପେଟ୍ରୋଲିଙ୍ଗ, ହୋମଗାର୍ଡଙ୍କ ଛକ ସ୍ଥାନରେ ନିୟୋଜିତ ଭଳି ପଦକ୍ଷେପ ନେବା ସହ ଟାଉନ୍ ର ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ସି ସି ଟିଭି କେମେରା ଳକୁ କାର୍ଯ୍ୟକ୍ଷମ କରିବା ଜରୁରୀ ବୋଲି ବୁଦ୍ଧିଜୀବି ମହଲରୁ ମତ ପ୍ରକାଶ ପାଇଛି।





