ଆମେରିକା ଜଙ୍ଗଲରେ ଭୟଙ୍କର ନିଆଁ, ବଢୁଛି ମୃତ୍ୟୁ ସଂଖ୍ୟା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ : ହାୱାଇ ଜଙ୍ଗଲରେ ଭୟଙ୍କର ନିଆଁ। ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି । ମାଉଇର ହାୱାଇନ ଆଇଲ୍ୟାଣ୍ଡରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ଏପର୍ଯ୍ୟନ୍ତ ନିଆଁ ୬୭ଜଣଙ୍କ ଜୀବନ ନେଲାଣି। ଆଇଲ୍ୟାଣ୍ଡର ମୁଖ୍ୟ ପର୍ଯ୍ୟଟନ ସହର ଲାହାଇନା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି । ବାତ୍ୟାରେ ଭୀଷଣ ପବନ ଯୋଗୁ ନିଆଁ ବଢିବାରେ ଲାଗିଛି । ବହୁ ଲୋକଙ୍କୁ ଘର ଛାଡିବାକୁ ପଡିଛି । ପ୍ରଶାସନ ପକ୍ଷରୁ ସର୍ଚ୍ଚ ଓ ରେସକ୍ୟୁ ଅପରେସନ ଚାଲିଛି । କିଛି ଲୋକ ଏବେ ବି ନିଖୋଜ ଅଛନ୍ତି । ଆଶ୍ରୟ ସ୍ଥଳୀରେ ବହୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପର୍ଯ୍ୟଟକଙ୍କୁ ଲାହାଇନା ସହରକୁ ଆସିବାକୁ ବାରଣ କରାଯାଇଛି। ହେଲିକପ୍ଟର ସାହାଯ୍ୟରେ ନିଆଁ ଲିଭା ଯାଉଛି ।

Omkar Vasthu
Omkar Vasthu

ସେପଟେ ୧୫୦ ବର୍ଷ ତଳେ ଭାରତରୁ ନିଆଯାଇ ରୋପଣ କରାଯାଇଥିବା ଗୋଟାଏ ବରଗଛ ଆମେରିକାର ମାଉଇ ଅନ୍ତର୍ଗତ ହାୱାଇ ଦ୍ବୀପରେ ଲାଗିଥିବା ବନାଗ୍ନିରେ ପୋଡ଼ିଯାଇଛି । ପ୍ରବଳ ପବନ ଏବଂ ଶୁଷ୍କ ଅବସ୍ଥା ହାୱାଇର ଅନେକ ଅଂଶକୁ ଲାଲ ଜୋନ ଭିତରକୁ ଠେଲି ଦେଇଛି । ଏହା ବ୍ୟତୀତ ବିଗ ଆଇଲ୍ୟାଣ୍ଡ ଏବଂ ମାଉଇରେ ଭୟଙ୍କର ନିଆଁ ଜଳୁଛି। ଭୟଭୀତ ଲୋକମାନେ ଭୟଙ୍କର ନିଆଁରୁ ରକ୍ଷା ପାଇବା ପାଇଁ ସମୁଦ୍ରକୁ ଡେଇଁ ପଡିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ହାୱାଇ ପ୍ରଦେଶର ଗଭର୍ନରଙ୍କ ସୂଚନା ଅନୁଯାୟୀ, ୧୬ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାହୌନା ସହର ଏବେ ଏପରି ଏକ ସାଂଘାତିକ ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା କରୁଛି। ଏହାକୁ ପୁଣି ଥରେ ଛିଡ଼ା କରିବାକୁ ବର୍ଷ ବର୍ଷ ସମୟ ସହ କୋଟି କୋଟି ଟଙ୍କା ଆବଶ୍ୟକ । ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ନିମନ୍ତେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ୱତନ୍ତ୍ର ପାଣ୍ଠିକୁ ଅନୁମୋଦନ କରିଛନ୍ତି। ଏହା ପୂର୍ବରୁ ୧୯୧ ମସିହାରେ ଆସିଥିବା ସୁନାମୀ ଯୋଗୁ ୬୧ ଜୀବନହାନୀ ହୋଇଥିଲା। ମାତ୍ର ଏହା ତା’ଠୁ ବି ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଆମେରିକାବାସୀ କହିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.