ଜେକେ କାଗଜ କଳ ପକ୍ଷରୁ ସ୍ବାଧିନତା ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗୀତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ଵାଧୀନତା ଦିବସ ପାଳନ ଅବସରରେ ଜେକେ କାଗଜ କଳ ତରଫରୁ ବକ୍ତୃତା ପ୍ରତିଯୋଗୀତା ର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପାରିପାର୍ଶ୍ବିକ ଅଞ୍ଚଳର ୫୬ ଟି ବିଦ୍ୟାଳୟ ର ସ୍କୁଲ ସ୍ତରରେ ୭୧୧ ଜଣ ଭାଗ ନେଇ କ୍ଳଷ୍ଟର ସ୍ତର କୁ ୨୬୫ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଫାଇନାଲ୍ କୁ ମୋଟ ୬୬ ଜଣ ଭାଗ ନେଇଥିଲେ। ସର୍ବ କନିଷ୍ଠ(ଚତୁର୍ଥ- ପଞ୍ଚମ) ନିମନ୍ତେ ବିଷୟ ବସ୍ତୁ ” ପ୍ଲାଷ୍ଟିକ ପରିବେଶ ପାଇଁ ବଡ଼ ବିପଦ ” କନିଷ୍ଠ ବର୍ଗ (ଷଷ୍ଠ -ଅଷ୍ଟମ) ନିମନ୍ତେ “ଶରୀର ଆଦ୍ୟମ ଖଳୁ ଧର୍ମ ସାଧ ନମ” ବରିଷ୍ଠ ବର୍ଗ (ନବମ ଓ ଦଶମ) ନିମନ୍ତେ “ଏକ ଭାରତ ଶ୍ରେଷ୍ଠ ଭାରତ ” ବିଷୟ ଉଦ୍ଦିଷ୍ଟ ଥିଲା। ବିଚାରପତି ଭାବେ ପ୍ରଭାତ ମହାପାତ୍ର, ଜଗଦୀଶ ଚନ୍ଦ୍ର ଦୋରା ଓ ରାଜ କିଶୋର ସାହୁ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ କୁ ଜେକେ କାଗଜ କଳ ର ମହାପ୍ରବନ୍ଧକ ଶ୍ରୀ ସନ୍ଦୀପ ପାଣ୍ଡେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ଲୋକ ସମ୍ପର୍କ ଓ ସାମାଜିକ ଦାୟିତ୍ଵ ବୋଧ ପ୍ରବନ୍ଧକ ସ୍ମୃତି ରେଖା କର ଓ ପ୍ରମୁଖ ଉପସ୍ଥିତ ଥିଲେ। ଉପ ପ୍ରବନ୍ଧକ ହରି ହର ଖମାରି ସ୍ଵାଗତ ଭାଷଣ ଦେଇଥିଲେ ଓ ଅନିଶ୍l ଅରୁନ୍ଧତୀ ଧନ୍ୟବାଦ ଅର୍ପଣ କରିଥିଲେ। ସର୍ବ କନିଷ୍ଠ ବର୍ଗ ରେ ଆକୃତି ପାଢି, ପଞ୍ଚମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର, ପ୍ରଥମ, ସଞ୍ଜନା ପ୍ରସାଦ, ପଞ୍ଚମ ଶ୍ରେଣୀ,ଲକ୍ଷ୍ମୀପଥ ସିଂଘାନିଆ ହାଇ ସ୍କୁଲ, ଜେକେପୁର, ଦ୍ଵିତୀୟ ରୋଶନୀ ମଣ୍ଡାଙ୍ଗି, ଚତୁର୍ଥ ଶ୍ରେଣୀ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୀରନାରାୟଣପୁର, ତୃତୀୟ ଓ ବିଷ୍ନୁପ୍ରିୟା ଶବର ,ଚତୁର୍ଥ ଶ୍ରେଣୀ, ପ୍ରାଥମିକ ବିଦ୍ୟାଳୟ, ଖଲିଗୁଡା ଓ ଶିବାଶୀଷ ପତ୍ର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ସନ୍ତୋନା ମୂଳକ ସ୍ଥାନ ଅଧିକାର କରି ଥିଲେ। କନିଷ୍ଠ ବର୍ଗ ରେ ଆଶୀର୍ବାଦ ଦୋରା,ଓଡିଶା ଆଦର୍ଶ ବିଦ୍ୟାଳୟ, କୋଲନରା, ପ୍ରଥମ, ସାଇଶ୍ରୀ ଦାସ, ସପ୍ତମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର ଦ୍ଵିତୀୟ, ମୁନା କୋଣ୍ଡାଗରି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବୀରନାରାୟଣପୁର, ତୃତୀୟ ଓ ଅଭିଷେକ ପାଢି, ସପ୍ତମ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର, ସନ୍ତୋନା ମୂଳକ ସ୍ଥାନ ଅଧିକାର କରି ଥିଲେ। ହାଇସ୍କୁଲ ବର୍ଗ ରେ ସୁନୟନା ସାହୁ, ନବମ ଶ୍ରେଣୀ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜେକେପୁର, ପ୍ରଥମ, ପିଙ୍କି ମଣ୍ଡାଙ୍ଗି, ନବମ ଶ୍ରେଣୀ, ଜଗଦମ୍ବା ହାଇ ସ୍କୁଲ, କୋଲନରା, ଦ୍ଵିତୀୟ, ପୂଜା ପାଢି, ଲକ୍ଷ୍ମୀପଥ ସିଂଘାନିଆ ହାଇ ସ୍କୁଲ, ଜେକେପୁର, ତୃତୀୟ ଏବଂ ଶ୍ରଦ୍ଧାଞ୍ଜଳି ପ୍ରିୟଦର୍ଶିନୀ, ଓଡିଶା ଆଦର୍ଶ ବିଦ୍ୟାଳୟ, କୋଲନରା ସନ୍ତୋନା ମୂଳକ ସ୍ଥାନ ଅଧିକାର କରି ଥିଲେ। ଜେକେ କାଗଜ କଳ ର ସ୍ଵାଧୀନତା ଦିବସ ପାଳନ ଅବସରରେ, କାର୍ଯ୍ୟନିର୍ବାହୀ ଉପ ସଭାପତି କାର୍ମିକ ବିନୟ ଦ୍ଵିବେଦୀ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.