ବିଳମ୍ବିତ ରାତିରେ ସିରିଜ ଡକାୟତି; ଜଣେ ମୃତ, ୨ ଆହତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ୱେଲକମ ଏରିଆରେ ଶନିବାର ରାତିରେ ସିରିଜ ଡକାୟତିକାଣ୍ଡ ଘଟିଯାଇଛି  । ଦୁର୍ବୃତ୍ତଙ୍କ ଛୁରାମାଡରେ ଜଣେ ୩୨ ବର୍ଷ ଯୁବକଙ୍କର ମୃତ୍ୟୁ ଘଟିଛି । ୨ ଜଣ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ସାଢେ ୧୧ଟାରୁ ଗୋଟେ ମଧ୍ୟରେ ଏହି ଘଟଣା ଘଟିଛି । ଏ ନେଇ ୱେଲକମ ପୋଲିସ ଷ୍ଟେସନକୁ ରାତିରେ ଫୋନ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା । ଛୁରୀ ଧରି ଆସିଥିବା  ତିନିଜଣ ଡକାୟତ ପୃଥକ ଭାବରେ ଆକ୍ରମଣ କରିବାରୁ ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।  ଜଣ୍ଟା ମଜଡୋର କଲୋନୀର ୩୨ ବର୍ଷୀୟ ଶେର୍ ମହମ୍ମିଦଙ୍କ ପେଟରେ ଛୁରୀ ଭୁଷି ଦେଇଥିଲେ ଦୁର୍ବୃତ୍ତ । ତେବେ ଏହି ବ୍ୟକ୍ତି ଜଣକ କୌଣସି ପ୍ରକାରେ ଘର ଭିତରେ ଲୁଚିଯାଇ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଦ୍ୱିତୀୟ କଲ୍ ପ୍ରାୟ ୧୨.୨୦ ରେ ଆସିଥିଲା ଓ ଉକ୍ତ କଲୋନୀର ବାସିନ୍ଦା ୨୫ ବର୍ଷୀୟ ଗୁରୁଫାନଙ୍କୁ ତାଙ୍କ ପିଠିରେ ଛୁରୀ ମରାଯାଇଥିଲା ବୋଲି ଡିସିପି କହିଛନ୍ତି। ସେ କହିଛନ୍ତି ଗୁରୁଫାନ୍ ଆହତ ହେବା ସହିତ ତାଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯାଇଥିଲେ ଡକାୟତମାନେ । ସେହିପରି ୨୨ ବର୍ଷୀୟ ତୃତୀୟ ବ୍ୟକ୍ତି ଶାରିକ୍ ମଧ୍ୟ ଜନତା ମଜଡୋର କଲୋନୀର ବାସିନ୍ଦା ଓ ତାଙ୍କ ବେକରେ ଛୁରୀ ଲଗାଇଥିଲେ। କିନ୍ତୁ ସେ ଦୁଉଡ଼ି ପଳାଇଯିବାରୁ ନିଜକୁ ବଞ୍ଚାଇବାରେ ସଫଳ ହୋଇଥିଲେ ବୋଲି ପୋଲିସ କହିଛି।ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ଡିସିପି କହିଛନ୍ତି । ଉଭୟଙ୍କ ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ରହିଛି  ।  ଅନ୍ୟଜଣଙ୍କୁ ଖୋଜିବା ପାଇଁ  ପୋଲିସ ପ୍ରୟାସ କରୁଛି  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.