ସିଟି କଲେଜ ଅଫ୍ ମ୍ୟାନେଜମେଂଟ ଏଣ୍ଡ ସାଇନ୍ସର ଶୁଭାରମ୍ଭ କଲେ ଜିଲ୍ଳାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର ସାଇପ୍ରିୟା ନଗରରେ ଥିବା ସିଟି କଲେଜ ଅଫ୍ ମ୍ୟାନେଜମେଂଟ ଏଣ୍ଡ ସାଇନ୍ସ (ସିସିଏମଏଏସ)ର ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । କଲେଜରେ ଛାତ୍ରଛାତ୍ରୀମାନଙ୍କ ପଢିବା ପାଇଁ ଥିବା ସ୍ମାର୍ଟ କ୍ଳାସ ରୁମ, କମ୍ପ୍ୟୁଟର ଲ୍ୟାବ, ଲାଇବ୍ରେରୀ, ରିଡିଙ୍ଗ ରୁମ ଆଦି ପରିଦର୍ଶନ କରି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପଢିବା ବେଳେ ଆହୁରି ପରିଶ୍ରମ କଲେ ଭଲ ଫଳାଫଳ ମିଳିବା ଦ୍ୱାରା ଆଗାମୀ ଭବିଷ୍ୟତ ନିଶ୍ଚିତ ଭାବେ ସଫଳ ହୋଇ ପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ ।

କଲେଜ ଅଧ୍ୟକ୍ଷ ଆଶିଷ କୁମାର ନାୟକ ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜରେ ଏମ.ଏସସି.କମ୍ପ୍ୟୁଟର ସାଇନ୍ସ, ବେଚଲର ଇନ୍ କମ୍ପ୍ୟୁଟର ଆପ୍ଳିକେସନ୍‌(ବିସିଏ), ବେଚଲର ଅଫ୍ ବିଜିନେସ୍ ଏଡମିନିଷ୍ଟ୍ରେସନ୍‌(ବିବିଏ) ପାଠ୍ୟକ୍ରମ ଗୁଡିକ ଅଫର ଦିଆଯାଇଥିବା ବେଳେ ଫୁଲ୍ ଷ୍ଟାକ୍ ପାଇଥାନ୍‌,ଜାଭା,ପିଏଚପି ଓ ସଫ୍ଟୱେର ଟେଷ୍ଟିଙ୍ଗ ଭଳି ଅତିରିକ୍ତ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରହିଥିବା କହିଥିଲେ । ବର୍ତମାନ କଲେଜରେ ତିନୋଟି ବିଭାଗରେ ୯୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ବୃତିର ସୁବିଧା ସହ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ହଷ୍ଟେଲର ସୁବିଧା ଥିବା ନେଇ ଅଧ୍ୟକ୍ଷ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ସେହିପରି ଆଦିବାସୀ ପ୍ରଧାନ୍ୟ ରାୟଗଡା ଜିଲ୍ଳାରେ ଅନୁସୂଚିତ ଜାତି ଓ ଜନଜାତିର ବହୁ ସଂଖ୍ୟାରେ ସେବାରେ ନିଜକୁ ନିୟୋଜିତ କରିବ ଏକାଡେମିକ୍‌,ସାଂସ୍କୃତିକ ଏବଂ ଶାରିରୀକ କାର୍ଯ୍ୟକଳାପ ମାଧ୍ୟମରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଏବଂ ଦ୍ରୁତ ପରିବର୍ତନଶୀଳ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରଭାବଶାଳୀ ଅଂଶଗ୍ରହଣ କରିବା ପାଇଁ ଯୁବପିଢୀମାନଙ୍କୁ ଦାୟିତ୍ୱବାନ ନାଗରିକ ଭାବେ ପ୍ରସ୍ତୁତ କରିବା କଲେଜ କାର୍ଯ୍ୟକର୍ତାଙ୍କ ଦିଗ ଦର୍ଶନ ରହିଥିବା କହିଛନ୍ତି ।

ଶିଳ୍ପ, ସରକାର ଏବଂ ସମାଜର ଆବଶ୍ୟକତାକୁ ସେବା କରିବା କ୍ଷେତ୍ରରେ କମ୍ପ୍ୟୁଟର ସାଇନ୍ସ ଏବଂ ମ୍ୟାନେଜମେଂଟ ଅଧ୍ୟୟନରେ ଅଭିନବ ଅନୁସନ୍ଧାନକୁ ଉନ୍ନତ କରିବା ଆମର ଲକ୍ଷ୍ୟ ହୋଇଥିବା ବେଳେ ଭବିଷ୍ୟତ ସେହିମାନଙ୍କର ଅଟେ ଯେଉଁମାନେ ଯୁବ ମନର ସାମର୍ଥ ଉପରେ ବିଶ୍ୱାସ କରନ୍ତି ବୋଲି ଅଧ୍ୟକ୍ଷ ଶ୍ରୀ ନାୟକ କହିବା ସହ ଚଳିତ ୨୦୨୩ ବର୍ଷରେ ତିନୋଟି ବିଶେଷଞତାରେ ବୃତିଗତ ପାଠ୍ୟକ୍ରମ ଆମଦାନୀ ପାଇଁ ପ୍ରତିଷ୍ଠିତ ହୋଇଥିବା କହିଛନ୍ତି । ଆଜିର ଏହି କଲେଜ ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସେଂଚ୍ୟୁରିଆନ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢୀ, ମିଟ୍ସ କଲେଜ ଉପାଧ୍ୟକ୍ଷ ବିଶ୍ୱଜିତ ପଣ୍ଡା, ଜେମ୍ସ କଲେଜ ଅଧ୍ୟକ୍ଷ ଶେଷଦେବ ଗିରିଙ୍କ ସମେତ କଲେଜ ଉପାଧ୍ୟକ୍ଷ ସ୍ୱରାଜ ନାୟକ,କଲେଜ ସଭାପତି ଚନ୍ଦ୍ର ଶେଖର ନାୟକ, ସଂପାଦକ ନିରଂଜନ ପଟ୍ଟନାୟକ, କୋଷାଧ୍ୟକ୍ଷ ମାନଓ ରଂଜନ ନାୟକ, ପ୍ରିନ୍ସିପାଲ ଜୟଲକ୍ଷ୍ମୀ ସୁବୁଦ୍ଧି, ଏଡିମିନ୍ ଅଫିସର ଦୀପିକା ପାତ୍ରଙ୍କ ସମେତ କଲେଜର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.