ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ପିଏମ୍ଶ୍ରୀ ମ୍ୟୁନିସିପାଲ୍ ସରକାରୀ ଉଚ୍ଚ ବିଦ୍ୟାଳୟର ୫୪ତମ ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ମହାସମାରୋହରେ ପାଳିତ ହୋଇଯାଇଛି। ଉତ୍ସବରେ ଜ଼ିଲ୍ଲା ଶିକ୍ଷାଅଧିକାରୀ ରାଧାକାନ୍ତ ଛତ୍ରୀ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣାର ଉପଜିଲ୍ଲାପାଳ ସୁଶ୍ରୀ ଅଶ୍ନି ଏ.ଏଲ୍. ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କର୍ଲାପଡା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟକ୍ଷ ଡ. ତପନ କୁମାର ରଥ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରା ଯୋଗଦେଇଥିଲେ। ପ୍ରାରମ୍ଭରେ ଅମରେଶ କୁମାର ନେଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇଲାରାଣୀ ମହାନ୍ତି ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟର ଶିକ୍ଷା, ସହଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ହାସଲ କରିଥିବା ସଫଳତାର ବିବରଣୀ ଉପସ୍ଥାପନ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ର ବାର୍ଷିକ ପତ୍ରିକା ‘ଅନ୍ଵେଷା‘ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା | ଅତିଥିମାନେ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମେ ଜଣେ ଉତ୍ତମ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ। ଜୀବନରେ ସଫଳତା ପାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରି ଏକାଗ୍ରତା, ନିଷ୍ଠା ଓ କଠିନ ପରିଶ୍ରମ ସହିତ ଆଗକୁ ବଢ଼ିବା ସହିତ ଉତ୍ତମ ଚରିତ୍ର, ଶୃଙ୍ଖଳା ଓ ମାନବିକ ମୂଲ୍ୟବୋଧ ହିଁ ଜଣେ ବ୍ୟକ୍ତିଙ୍କୁ ପ୍ରକୃତ ସଫଳ ମଣିଷରେ ପରିଣତ କରେ ବୋଲି ମତ ପ୍ରକାଶ କରିଥିଲେ।ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ପ୍ରମୋଦ କୁମାର ସାହୁ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଚଳିତ ବର୍ଷର ଶ୍ରେଷ୍ଠ ମେଧାବୀ ଛାତ୍ର ସମ୍ମାନ ଦଶମ ଶ୍ରେଣୀର ଛାତ୍ରୀ ବର୍ଷା ବିଷୋୟୀଙ୍କୁ ପ୍ରଦାନ କରାଯାଇଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ମଞ୍ଚସ୍ଥ ନାଟକ ‘ମୁଇଁ ପାଠ୍ ପଢ଼ମି’ ଦର୍ଶକମାନଙ୍କ ମନ ଜିଣିବା ସହ ବେଶ୍ ଉଚ୍ଚ ପ୍ରଶଂସା ସାଉଁଟିଥିଲା।ଶିକ୍ଷକ ମନୋରଞ୍ଜନ ସାହୁ, ବିଜୟଲକ୍ଷ୍ମୀ ତ୍ରିପାଠୀ, ଯାମିନୀ ବାଗ ଏବଂ ଭଗବାନ ବିଶୋଇ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସ୍ୱାତୀ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ | ଶିକ୍ଷକ ମନୋରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମଧୁସ୍ମିତା ଧ. ମାଝୀ, ଅଭିଷେକ ଜେନା, ନାରାୟଣ ସାହୁ, ଭି.ଶ୍ରୀନିବାସ, ବୈଜସ୍ମିତା ବହିଦାର, ସଙ୍ଗୀତା ପ୍ରିୟଦର୍ଶିନୀ, ସୁଜାତା ପଟ୍ଟନାୟକ, ରୋଜାଲିନ ଗନ୍ତାୟତ, ସୁପ୍ରିୟା ପଣ୍ଡା, ବର୍ଷାରାଣୀ ଭୋଇ, ମୁକେଶ ସାହୁ, ବୈକୁଣ୍ଠ ବିହାରୀ ପତି, ଦେବାର୍ଚ୍ଚନ ମାଝୀ ଓ ବିଜୟଲକ୍ଷ୍ମୀ ବାଗ , ଅମିତା କୈବର୍ତ୍ତ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।





