ରାୟଗଡା ଜିଲ୍ଲାରେ ଶୁଭାରମ୍ଭ ହେଲା “ମୁଁ ବି ମିତା” ଅଭିଯାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ମୁଁ ବି ମିତା’ ଅଭିଯାନ ରାୟଗଡା ଜିଲ୍ଳାର ଆରମ୍ଭ ହୋଇଛି । ରାୟଗଡା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ନିର୍ଦ୍ଦେଶରେ ଗୁରୁବାର ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ରାୟଗଡା ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଅଭିଯାନ ସମ୍ବନ୍ଧୀୟ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ, ସମ୍ଭାବିତ ଭୋଟର ଓ ସ୍ଥାନାନ୍ତରିତ ଭୋଟର ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ଏହି ଅଭିଯାନର ସଫଳ ରୂପାୟନ ପାଇଁ ବୁଥସ୍ତରୀୟ ଅଧିକାରୀ ଗାଁକୁ ଗାଁ ଓ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରୁଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସହାୟତା କରିବା ପାଇଁ ଜିଲ୍ଳାର ବିଭିନ୍ନ ମହାବିଦ୍ୟାଳୟରୁ ଶହେ ଜଣେ ଛାତ୍ରୀଙ୍କୁ ଅଭିଯାନର ଆମ୍ବାସଡାର ଭାବେ ଚୟନ କରଯାଇଛି । ସେମାନେ ଏହି ଅଭିଯାନରେ ସାମିଲ ପୂର୍ବକ ସଚେତନତା ସୃଷ୍ଟି କରିବେ । ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଉପସ୍ଥିତ ଛାତ୍ରୀମାନଙ୍କୁ ନିଜ କଲେଜରେ କିମ୍ବା ସ୍ଥାନୀୟ ଅଂଚଳରେ କିପରି ସଚେତନତା ସୃଷ୍ଟି କରିବେ ସେ ନେଇ ବୁଝାଇଥିଲେ ।

Udyog Nursery
Udyogi Nursery

ଯେପରି ଅଧିକରୁ ଅଧିକ ସଂଖ୍ୟକ ନୂଆ ଭୋଟର ନାମ ପଂଜୀକୃତ କରିପାରିବେ ସେ ନେଇ ଗୁରୁତ୍ୱ ଦିଆଯାଇଥିଲା । ଏଥିସହ ମୋବାଇଲରେ ଥିବା ଭୋଟର ହେଲ୍ପ ଲାଇନ ଆପ୍ ମାଧ୍ୟରେ କିପରି ନାମ ପଂଜୀକରଣ କରାଯିବା ସହ ସଂଶୋଧନ ଓ ସ୍ଥାନାନ୍ତରିତ କରାଯିବ ସେ ସଂପର୍କରେ ଛାତ୍ରୀମାନଙ୍କୁ ପ୍ରଜେକ୍ଟର ମାଧ୍ୟମରେ ସୂଚନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଭାସ୍କର ରୋଇତ, ରାୟଗଡା ଉପଜିଲ୍ଳାପାଳ ଭୀମସେନ୍ ଶବର, ଆସିଷ୍ଟାଂଟ କଲେକ୍ଟର (ନିର୍ବାଚନ) ନାରାୟଣ ମିଶ୍ର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଶିକ୍ଷକ ନୀଳାଂଚଳ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.