ଆଦିବାସୀ ସଂଗ୍ରହଳାୟରୁ ଜ୍ଞାନ ଆହରଣ କରିବେ ଜନଜାତି ସଂପ୍ରଦାୟ ଛାତ୍ରଛାତ୍ରୀ

ଜନଜାତିଙ୍କ ଜୀବନଶୈଳୀ, କଳା, ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ଜଣାଇବା ମୂଳ ଉଦ୍ଦେଶ୍ୟ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ବସବାସ କରୁଥିବା ଜନଜାତିମାନଙ୍କର ସଂସ୍କୃତି, ପରମ୍ପରା, ଜୀବନଶୈଳୀ, ସାହିତ୍ୟ, ଭାଷା ଇତ୍ୟାଦି ବିଷୟରେ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀମାନଙ୍କୁ ଜ୍ଞାନ ଆହରଣ କରିବାରେ ସାହାର୍ଯ୍ୟ କରିବା ପାଇଁ ଜିଲ୍ଳାରେ ପ୍ରଥମ କରି ରାୟଗଡା ବ୍ଳକର କନ୍ଧ ମାଲିଗାଁ ସଦର ଗ୍ରାମ ପଂଚାୟତର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ ଜନଜାତି ସାଧନ କେନ୍ଦ୍ର (ଟିଆରସି) ତଥା ଆଦିବାସୀ ସଂଗ୍ରହଳାୟ ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ରକୁ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭାରମ୍ଭ କରି ଆଗାମୀ ଦିନରେ ଜିଲ୍ଳାର ଅନ୍ୟ ବିଦ୍ୟାଳୟଗୁଡିକରେ ମଧ୍ୟ ଏଭଳି କେନ୍ଦ୍ର ଖୋଲାଯିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି ।

ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ (ଓଏସଇପିଏ) ଭୁବନେଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାୟଗଡା ଜିଲ୍ଳାରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମୁଖ୍ୟତଃ ଏହି କେନ୍ଦ୍ର ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ ହେଉଛି ଜନଜାତି ଛାତ୍ରଛାତ୍ରୀମାନଙ୍କୁ ନିଜ ସଂପ୍ରଦାୟ ବିଷୟରେ ଅଧିକ ଞାନ ଆହୋରଣ କରିବା ପାଇଁ ଟିଆରସି କେନ୍ଦ୍ର ତଥା ଆଦିବାସୀ ସଂଗ୍ରହାଳୟ ବେଶ ସହାୟକ ହେବ । ସାଧାରଣତଃ ବିଦ୍ୟାଳୟ ସମୟରେ ଏହି ସଂଗ୍ରହାଳୟରେ ଜିଲ୍ଳାର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କେନ୍ଦ୍ର ପରିଦର୍ଶନ କରି ଜିଲ୍ଳାରେ ବସବାସ କରୁଥିବା ବିଭିନ୍ନ ସଂପ୍ରଦାୟର ଜନଜାତି ସଂପ୍ରଦାୟ ବିଷୟରେ ଞାନ ଆହୋରଣ କରିପାରିବେ । ଏହି ସଂଗ୍ରହାଳୟର କାନ୍ଥଗୁଡିକରେ ସୁନ୍ଦର ଟେରାକଟା ଚିତ୍ର ଅଙ୍କା ଯାଇ ଆଦିବାସୀମାନଙ୍କ ଜୀବନଜୀବିକାକୁ ପ୍ରଦର୍ଶିତ କରାଯାଇଥିବା ବେଳେ ଆଦିବାସୀ ଭାଷାରେ ସଂଖ୍ୟା ଓ ବର୍ଣ୍ଣମାଳା ଚାର୍ଟ ପ୍ରର୍ଦଶିତ କରାଯାଇଛି । ସେହିପରି ନିର୍ଦ୍ଧିଷ୍ଟ ଆଦିବାସୀ ଭିତିକ ଟିଏଲଏମ ଏବଂ ଅନ୍ୟାନ୍ୟ ସାମଗ୍ରୀ ଫୋଟଗ୍ରାଫ୍ ସହିତ ପ୍ରର୍ଦଶନ ବୋର୍ଡ ସହିତ ପ୍ରଦର୍ଶିତ ହୋଇଛି । ଆଦିବାସୀଙ୍କ ଅଳଙ୍କାର, ବାଦ୍ୟଯନ୍ତ୍ର, ଶିକାର ଉପକରଣ, କୃଷି ଉପକରଣ, ଡଙ୍ଗରିଆଙ୍କ କପଡାଗୁଡା ଏମ୍ବ୍ରେଡୋରୀ ଶାଲ୍‌, ଲାଂଜିଆ ସଉରାଙ୍କ ଇଡିତାଲ ଚିତ୍ର, ଘରସଜ୍ଜା ଉପକରଣ ସହ ସ୍ୱଦେଶୀ ପ୍ରଣାଳୀରେ ପ୍ରସ୍ତୁତ ସାମଗ୍ରୀଗୁଡିକ ପ୍ରଦର୍ଶିତ କରାଯାଇଛି । ସେହିପରି ଆଦିବାସୀମାନଙ୍କ ବିଷୟରେ ଲିଖିତ ବହୁ ପସ୍ତୁକକୁ ଏକ ଲାଇବ୍ରେରୀ କୋଣ ଭାବେ ସ୍ଥାନ ଦିଆଯାଇଥିବା ସଂଗ୍ରହାଳୟରେ ଦେଖିବାକୁ ମିଳିଥିବା ବେଳେ ଆଦିବାସୀମାନଙ୍କ ଜୀବନଜୀବିକାକୁ ନେଇ ରେକର୍ଡିଂ କରାଯାଇଥିବା ବିଭିନ୍ନ ଭିଡିଓକୁ ଟିଭି ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି ।

ଏହି ସଂଗ୍ରହାଳୟ ପ୍ରତିଷ୍ଠାରେ ପ୍ରାୟ ୨ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଦିବାସୀମାନଙ୍କ ବିଭିନ୍ନ ସାମଗ୍ରୀକୁ ଜିଲ୍ଳାର ବିଭିନ୍ନ କୋଣ ଅନୁକୋଣରୁ ସଂଗ୍ରହ କରାଯାଇଥିବା ନେଇ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ପ୍ରକାଶ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାୟଗଡା ପଂଚାୟତ ସମିତି ଅଧ୍ୟକ୍ଷା ଟୁନି ହୁଇକା, ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା, ବିଡିଓ ଲକ୍ଷ୍ମୀ ନାରାୟଣ ସାବତ, ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ ଭଜନଲାଲ ମାଝି, ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ ଦାସ, ଅତିରିକ୍ତ ଏବିଇଓ ୱାହିଙ୍ଗା ଶବର, ବିଆରସିସି ବଳରାମ ହୁଇକା, ସରପଂଚ କବିତା ହୁଇକା, ୱାର୍ଡସଭ୍ୟ ମୁଟୁକା ହିମିରିକା, ବିଦ୍ୟାଳୟ ପରିଚାଳାନ କମିଟି ସଭାପତି ସିନିଆ ହୁଇକା, ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଫୁଲମତି ମୁଦୁଲି,ସହକାରୀ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସେଠୀ, ସିଆରସିସି ହୃଦୟାନନ୍ଦ ଆଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.