କୃଷକ ସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରଏନଗୁଡା ଠାର ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ କୃଷକ ସଂଘର ସାଧାରଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ହୋଇଛି। ପୂର୍ବତନ ସରପଞ୍ଚ ଜମୁନା ନାଏକଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ପ୍ରତି ମରୁଡ଼ିର ମୁକାବିଲା ଓ ଜଳସେଚନ ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରାଯାଇଥିଲା। ଏହି କ୍ରମରେ ନୂତନ କର୍ମକର୍ତ୍ତା ଚୟନ ମଧ୍ୟ କରାଯାଇଥିଲା। ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଧନୁ ଦୁର୍ଗା ମନୋନୀତ ହୋଇଥିବାବେଳେ ସମ୍ପାଦକ ବିମଳକୃଷ୍ଣ ଦାସ, ଉପ ସଭାପତି ଚୌଧୁରୀ ନାଏକ, ସହ ସମ୍ପାଦକ ଲାଲସିଂ ବାଗ, କୋଷାଧ୍ୟକ୍ଷ ବିଡୁ ନାଏକ ପ୍ରମୁଖ ମନୋନୀତ ହୋଇଛନ୍ତି। ଉପଦେଷ୍ଟା କମିଟିରେ ଦୁର୍ଯନ ବାଗ, ଚନ୍ଦ୍ରମଣି ବେଶ୍ରା, ଧର୍ମାନନ୍ଦ ନାଏକ, ମନୋଜ କୁମାର ଦାସ, ଜମୁନା ମାଝୀ, କୃଷ୍ଣ ନାଏକ, ସୁକଚନ ନାଏକ, ଡମ୍ବରୁଧର ମାଝି, ଗରୀବ ନାଏକ, ଇଶ୍ଵର ନାଏକ, ଚୂଡ଼ାମଣି ଦାସ ପ୍ରମୁଖ ରହିଛନ୍ତି। ଏଥି ସହିତ ୧୩ ଟି ୱାର୍ଡର ଦୁଇ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.