‘କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ’

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ରାଜୀବ ବହଲ ଶୁକ୍ରବାର କହିଛନ୍ତି, କରୋନା ଭାଇରସ୍ ତୁଳନାରେ ନିପା ଭାଇରସର ମୃତ୍ୟୁହାର ବହୁତ ଅଧିକ। କୋଭିଡ୍-୧୯ରେ ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ଥିବା ବେଳେ ନିପାରେ ମୃତ୍ୟୁ ହାର ୪୦ରୁ ୭୦ ପ୍ରତିଶତ ରହିଛି। କେରଳରେ ଏଯାଏଁ ୬ ଜଣ ନିପା ଭାଇରସରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। କେରଳରେ ଏହି ମାରାତ୍ମକ ଭୂତାଣୁର ସଂକ୍ରମଣରୁ ରୋକିବା ପାଇଁ ସେମାନେ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି ବହଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆମେ ଜାଣିପାରୁନାହୁଁ କାହିଁକି ଏହି ମାମଲା ସାମ୍ନାକୁ ଆସୁଛି। ୨୦୧୮ରେ ଆମେ ଜାଣିବାକୁ ପାଇଲୁ ଯେ କେରଳରେ ବ୍ୟାପି ଥିବା ଏହି ରୋଗ ବାଦୁଡ଼ି ସହ ଜଡିତ। ଏହି ସଂକ୍ରମଣ ବାଦୁଡ଼ିଙ୍କ ଠାରୁ ମଣିଷଙ୍କ ମଧ୍ୟରେ କିପରି ପହଞ୍ଚିଲା ତାହା ଆମେ ଜାଣିନାହୁଁ। ପୁଣି ଥରେ ଆମେ ଏଥର ଜାଣିବାକୁ ଚେଷ୍ଟା କରୁଛୁ। ଏହା ସବୁବେଳେ ବର୍ଷା ଋତୁରେ ହୋଇଥାଏ ବୋଲି ଆଇସିଏମଆର ଡିଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Omkar Vasthu
Omkar Vasthu

ନିପା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ ଭାରତ ଅଷ୍ଟ୍ରେଲିଆରୁ ଆଉ ୨୦ ଡୋଜ ମନୋକ୍ଲୋନାଲ ଆଣ୍ଟିବଡି କିଣିବ ବୋଲି ଶ୍ରୀ ବହଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆମେ ୨୦୧୮ରେ ଅଷ୍ଟ୍ରେଲିଆରୁ ମୋନୋକ୍ଲୋନାଲ ଆଣ୍ଟିବଡିର କିଛି ଡୋଜ ପାଇଥିଲୁ। ଏବେ ମାତ୍ର ୧୦ ଜଣ ରୋଗୀଙ୍କୁ ଏହି ଡୋଜ ମିଳିଛି ଆଉ ୨୦ଟି ଡୋଜ କିଣାଯାଉଛି। ତେବେ ଏହି ଔଷଧ ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେବା ଆବଶ୍ୟକ। ଔଷଧର ସୁରକ୍ଷା ପ୍ରତିଷ୍ଠା ପାଇଁ କେବଳ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ବାହାରେ କରାଯାଇଛି। ଫଳରେ ଏହାର ଏଫିସିଏସି ଟ୍ରାଏଲ କରାଯାଇନାହିଁ। ଏହା କେବଳ ଅନୁକମ୍ପାମୂଳକ ବ୍ୟବହାର ଔଷଧ ଭାବେ ଦିଆଯାଇପାରିବ ବୋଲି ବହଲ କହିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.