ଦ୍ୱିତୀୟ ଦିନରେ ଖଲ୍ଲିକୋଟ ଏନଏସି ନଗରପାଳଙ୍କ ପଞ୍ଚାୟତ ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସାଧାରଣ ନିର୍ବାଚନକୁ ଖୁବ କମ ସମୟ ଥିବା ବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀମାନେ ଲୋକଙ୍କ ନିକଟତର ହୋଇ ସେମାନଙ୍କ ସମସ୍ୟା ସହିତ ଯୋଡି ହୋଇ ଲୋକଙ୍କ ସମର୍ଥନ ସାଉଁଟିବା ପାଇ ଲାଗିପଡ଼ିଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ଖଲ୍ଲିକୋଟ ବିଜେଡିରେ ଥିବା ଆଶାୟୀ ନେତାମାନେ ଏବେଠାରୁ ଜନସମ୍ପର୍କ ପଦଯାତ୍ରା କରି ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଂଚାୟତ ବୁଲି ଗ୍ରାମାଞ୍ଚଳ ନେତାମାନଙ୍କୁ ଭେଟିବାରେ ଲାଗିପଡିଛନ୍ତି। ଖଲ୍ଲିକୋଟ ଏନଏସି ନଗରପାଳ ଇଂ. ନିରଞ୍ଜନ ବେହେରା ଏନଏସିରେ ବିଭିନ୍ନ ବିକାଶମୂଳକ କାମ କରି ସଫଳତା ପାଇବା ପରେ ଗତକାଲିଠାରୁ ଦଳୀୟ ନେତୃବୃନ୍ଦଙ୍କ ପରାମର୍ଶ କ୍ରମେ ଖଲ୍ଲିକୋଟ ବ୍ଲକର ଦାନପୁର ଓ ବିଏନପୁର ପଂଚାୟତରେ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ପଂଚାୟତବାସୀଙ୍କ ବିଭିନ୍ନ ସମସ୍ୟାକୁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଅବଗତ କରାଇଥିବା ବେଳେ ଦ୍ୱିତୀୟ ଦିନରେ ବ୍ଲକର ବାଣିଆ ଓ କୋମଣ୍ଡ ପଂଚାୟତରେ ନିଜର ସମର୍ଥକମାନଙ୍କୁ ନେଇ ଜନସମ୍ପର୍କ ପଦଯାତ୍ରା କରି ଲୋକଙ୍କ ଭତ୍ତା, ଆବାସ, ପାନୀୟ ଜଳ, ଜଳସେଚନ, ସ୍ୱାସ୍ଥ୍ୟ ସେବା, ରାସ୍ତାଘାଟ ଓ କୃଷକମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବାଣିଆରେ ଏକ ପାନୀୟ ଜଳ ପ୍ରକଳ୍ପର ଓଭରହେଡ଼ ଟାଙ୍କି ଅର୍ଦ୍ଧ ନିର୍ମିତ ଭାବେ ଥିବା ବେଳେ ଲୋକମାନେ ପାନୀୟ ଜଳ ପାଇପାରୁ ନଥିବା ଜଣାଇବା ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପକୁ ସମ୍ପ୍ରସାରଣ କଲେ ଚାଷୀମାନେ ଉପକୃତ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସେହିପରି ବଡ଼ରାମପଲ୍ଲୀ ଗ୍ରାମରେ ଥିବା ଖରଖରୀ ନାଳର ଉଚ୍ଚତା ଅଭାବ ସାଙ୍ଗକୁ ବାଲିଆ ଶଙ୍ଖ ସମ୍ପ୍ରସାରଣ ହେବ ଫଳରେ ବର୍ଷା ଦିନେ ବନ୍ୟାଜଳ ଧାନ ଖେତରେ ପଶି ଶହ ଶହ ଏକର ଧାନ ଫସଲ ନଷ୍ଟ ହେବା କଥା ଜଣାଇଥିଲେ। ନଗରପାଳଙ୍କ ଜନସମ୍ପର୍କ ଯାତ୍ରାରେ ଯୁବ ବିଜେଡି ନେତା ଓ ଖଲ୍ଲିକୋଟ ଏନଏସି ୨ ନମ୍ବର କାଉନସିଲର ନାରାୟଣ ପାଢ଼ୀ, ପୂର୍ବତନ ସରପଞ୍ଚ ସୁବଳ ସାହୁ, ଯୁବନେତା ନିରଞ୍ଜନ ନାୟକ, ପୂର୍ବତନ ସମିତିସଭ୍ୟ ନବଘନ ସାହୁ, ସକଳେଶ୍ୱର ଦାସ ଓ ପୂର୍ବତନ ସରପଞ୍ଚ ବିପ୍ର ପାହାନ, ପୂର୍ବତନ ସରପଞ୍ଚ ମନୋଜ କୁମାର ପ୍ରଧାନ, ଶିଶିର ବେହେରା, ଯୁବନେତା ବିଭୁ ପଟ୍ଟନାୟକ ସହିତ ସେଠାକାର ଗ୍ରାମବାସୀମାନେ ଜନସମ୍ପର୍କ ଯାତ୍ରାରେ ଅଂଶଗ୍ରହଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.