ସହୀଦ ରେଣ୍ଡୋ ମାଝୀଙ୍କ ମାଟି ଉର୍ଲାଦାନିର ସାମଗ୍ରିକ ବିକାଶ ପାଇଁ ଯୁବ ସମାଜ ଆଗେଇ ଆସିବା ଉଚିତ -ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉର୍ଲାଦାନୀ ହେଉଛି ସହିଦ୍ର ମାଟି, ସ୍ବାଭିମାନ ଓ ବଳିଦାନର ମାଟି । ସହିଦ୍ ରେଣ୍ଡୋ ମାଝୀଙ୍କ ସଂଗ୍ରାମୀ ମାଟି । ଏହାର ସାମଗ୍ରିକ ବିକାଶ ପାଇଁ ଯୁବକମାନେ ଆଗେଇ ଆସିବାକୁ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଉର୍ଲାଦାନିଠାରେ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଆୟୋଜିତ ନୂଆଖାଇ ଭେଟଘାଟ ଅବସରରେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଉର୍ଲାଦାନି ସ୍ଥିତ ଗୋପବନ୍ଧୁ ଯୁବକ ସଂଘ ପକ୍ଷରୁ ଆୟୋଜିତ ହୋଇଯାଇଛି ନୂଆଖାଇ ଭେଟଘାଟ  କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଯୋଗଦାନ କରି ଫିତା କାଟି କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଦୀର୍ଘ ଦିନରୁ ଅବହେଳିତ ହୋଇ ପଡି ରହିଥିବା ଉର୍ଲାଦାନି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସୁଦୃଷ୍ଟି ପଡିବାରୁ ଏବେ ବିକାଶ ପଥରେ ଉର୍ଲାଦାନି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ଏହା ସହିତ କଳାହାଣ୍ଡି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲକୁ ସହିଦ୍ ରେଣ୍ଡୋ ମାଝୀଙ୍କ ନାମରେ ନାମିତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଦେଇଥିଲେ । ଏହାପରେ ଗୋପବନ୍ଧୁ ଯୁବକ ସଂଘର ସଦସ୍ୟ ବୃନ୍ଦ ଓ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ ମନୋରଞ୍ଜନର କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.