ନର୍ଲା ବିଜେପି ତରଫରୁ ପଣ୍ଡିତ ଦୀନଦୟାଲ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଜେପି ତରଫରୁ ନର୍ଲାରୋଡ ଶିବ ମନ୍ଦିର ପରିସରରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ନର୍ଲା ମଣ୍ଡଳ ପ୍ରଭାରୀ ନମୀତାରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୟନ୍ତୀ ପାଳିତ ହୋଇଯାଇଛି । ଭାରତୀୟ ଜନତାପାର୍ଟିର କଳାହାଣ୍ଡି ଜିଲ୍ଲା ଉପସଭାପତି ଅନିରୁଦ୍ଧ ପଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ତଥା କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ନର୍ଲା ମଣ୍ଡଳ ସଭାନେତ୍ରୀ ପ୍ରଣତି ମହାନନ୍ଦ, ଉପସଭାପତି ମନ୍ମୟ ଚାନ୍ଦ (ଜିତୁ), ଉପସଭାପତି ସଞ୍ଜୟ କୁମାର ନାଏକ, ପୂର୍ବତନ ନର୍ଲା ମଣ୍ଡଳ ସଭାପତି ତଥା ବର୍ତ୍ତମାନର ସମ୍ପାଦକ ପଦ୍ମଲୋଚନ ଜାଲ, ସମ୍ପାଦକ ଦଶରଥ ସାହୁ, ବରିଷ୍ଠ ବିଜେପି ନେତା ପର୍ଶୁରାମ ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ସରୋଜ ବୁଦ୍ଧିଆ, ବରିଷ୍ଠ ସଦସ୍ୟ ଅଭୟ କୁମାର ନାଏକ, ଲୋକନାଥ ବିଶ୍ୱାଳ, ହିରୋ ମହଲା, ନରେନ୍ଦ୍ର ବୁଦ୍ଧିଆ, ପଦ୍ମନାଭ ନାଏକ, ଲକ୍ଷ୍ମଣ ଦୀପ ଓ ନର୍ଲା ବିଜେପି ମହିଳା ମୋର୍ଚ୍ଚାର ନେତ୍ରୀମାନଙ୍କ ଉପସ୍ଥିତିରେ ପର୍ଯ୍ୟବେକ୍ଷିକା ଶ୍ରୀମତୀ ସାହୁ ପଣ୍ଡିତ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଦେଇ ମାଲ୍ୟାର୍ପଣ କରି ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ଏହାପରେ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ପରେ ନର୍ଲା ମଣ୍ଡଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ମଣ୍ଡଳ ସମ୍ପାଦକ ଦଶରଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.