ସଇଁତଲାର ବିଭିନ୍ନ ସ୍ଥାନରେ ପୁଅଜିଉଁନ୍ତିଆ ଓଷା ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ବିଭିନ୍ନ ସ୍ଥାନରେ ଆଡ଼ମ୍ବର ସହକାରେ ପୁଅଜିଉଁନ୍ତିଆ ଓଷା ପାଳିତ ହୋଇଯାଇଛି । ମାଆ ମାନେ ପୁଅର ଦୀର୍ଘ ଜୀବନ କାମନା କରି ଏବଂ ବିବାହିତା ନାରୀ, ବନ୍ଧ୍ୟା ଓ ପୁତ୍ରହରା ନାରୀମାନେ ପୁତ୍ରଲାଭ ପାଇଁ ଏହି ଓଷା ପାଳନ କରିଛନ୍ତି । ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା “ପୁଅ ଜିଉଁନ୍ତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥାଏ l ମାଆ ମାନେ ପୁଅର ଦୀର୍ଘ ଜୀବନ କାମନା କରି ପୁତ୍ରଲାଭ କରିବା ଆଶାରେ ଏହି ନିର୍ଜଳା ଉପବାସ କରି ଓଷା ପାଳନ କରିଥାନ୍ତି । ଏଥିରେ ୧୦୮ ଗୋଟି ଅରୁଆ ଚାଉଳ, ୧୦୮ ଦୁବ, ନାନା ପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି ୨୧ ପ୍ରକାରର ଫଳ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ମହିଳାମାନଙ୍କ ମଧ୍ୟରେ ଓଷା ପାଳନକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ସଇଁତଲାର ନ୍ୟୁ ମାର୍କେଟ, ରମେଶ ଛକ, ଗୋପବନ୍ଧୁପଡା, ସ୍ୱାଧୀନ ପଡା, ଆଲୋକ ଛକ, କଅସର ପଡା, ନବୀନ ଛକ, ବ୍ଲକ ଛକ, ଶିବ ମନ୍ଦିର ପଡା, ବାପୁଜୀ ଛକ, ସାଇରାମପଡା, ଶଙ୍କର ଛକ, ନବ ଜୀବନ ଛକ ଓ ବ୍ଲକର ୨୨ ପଞ୍ଚାୟତ ସ୍ଥାନଗୁଡିକରେ ଧୁମଧାମ ସହ ପୂଜା ପାଳନ ହୋଇଥିଲା l ଏହି ପରିପେକ୍ଷୀରେ ସଇଁତଲା ନ୍ୟୁ ମାର୍କେଟ ଠାରେ ପୂଜକ ଅଭୟ ପାଣିଗ୍ରାହୀଙ୍କ ତତ୍ତ୍ୱବଧାନରେ ପୁରାଣ ପଠନ କରାଯାଇଥିବା ବେଳେ ସୋନାଲ ମହତୋ, ସୂର୍ଯ୍ୟକାନ୍ତି ସେଲମା, ଜ୍ୟୋତିମୟୀ ଭୋଇ, ପୂଜା ମହତୋ, ମିତା ସାହୁ, ଗୀତା ଦାସ, ସୁଜାତା ସାହୁ, ଲିପି ସାହୁ, ମିକି ରଥ, ପୁଷ୍ପା ପାଣିଗ୍ରାହୀ, ପ୍ରଭାସିନୀ ପାଣିଗ୍ରାହୀ, ଅନିତା ସାହୁ ଓ ସୀମା ସାହୁଙ୍କ ସମେତ ବହୁ ମହିଳା ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.