ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟିର ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର  । ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏସୀୟ କ୍ରୀଡା ହକିରେ ସ୍ବର୍ଣ୍ଣ ବିଜୟ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ  । ହାଙ୍ଗଝୌରେ ଚାଲିଥିବା ଉନବିଂଶ ଏସୀୟ ଗେମ୍ସରେ ଭାରତର ଐତିହାସିକ  ସ୍ୱର୍ଣ୍ଣ ପଦକ ବିଜୟରେ ଉଲ୍ଲେଖନୀୟ ଭୂମିକା ପାଇଁ ଅମିତ ରୋହିଦାସଙ୍କୁ ଏହି ପୁରସ୍କାର ଦିଆଯାଉଛି ।  ଅମିତ ରୋହିଦାସଙ୍କୁ ଅଶେଷ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନକୁ ସ୍ୱୀକାର କରିବା ସହ ତାଙ୍କୁ କେବଳ ଓଡିଶା ନୁହେଁ , ସମଗ୍ର ଭାରତରେ ଯୁବକମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ  । ମୁଖ୍ୟମନ୍ତ୍ରୀ କହିଛନ୍ତି ରୋହିତ ସବୁ ଆଥଲେଟ ମାନଙ୍କ ପାଇଁ ଆଶା ଏବଂ ଗର୍ବର ପ୍ରତୀକ ପାଲଟିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଁ ଗର୍ବିତ । ଓଡିଶା ସୁନ୍ଦରଗଡର ହକି ସମୃଦ୍ଧ ଅଞ୍ଚଳର ପୁଅ ହେଉଛନ୍ତି ଅମିତ ରୋହିଦାସ  । ଏସିଆନ୍ ଗେମ୍ସ ୨୦୨୩ ହକିରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ । ଟିମ୍ ଇଣ୍ଡିଆ ଜାପାନକୁ ୫-୧ରେ ହରାଇ ବିଜୟୀ ହୋଇଛି । ଫାଇନାଲ ମ୍ୟାଚର ପ୍ରଥମ କ୍ବାର୍ଟରେ ଉଭୟ ଟିମ୍ ଗୋଲ୍ କରିପାରିନଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.