ଫପସିରେ ନୂଆଁଖାଇ ଭେଟଘାଟ ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୂଆଁଖାଇ ଏକ ଭାଇଚାରାର ପର୍ବ -ପୂର୍ଵତନ ମନ୍ତ୍ରୀ ସିଂ ଭୋଇ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଫପସି ଛକ ଠାରେ ଆରସିବି ସଂଘ ନୂଆଁଭଦ୍ରା ଯୁବକମାନଙ୍କ ତତ୍ତ୍ୱବଧାନରେ ପ୍ରଥମ ବର୍ଷ ଧୁମଧାମ ସହ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଟିଟିଲାଗଡ଼ ର ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦାନ କରି କହିଲେ ଯେ, ନୂଆଁଖାଇ ହେଉଛି ଭାଇଚାରାର ପର୍ବ l ଏହା ଦ୍ୱାରା ପରସ୍ପର ମଧ୍ୟରେ ସେହ୍ନ ଓ ସମ୍ପର୍କ ବୃଦ୍ଧି ପାଇଥାଏ l ପ୍ରକୃତ ପୂଜନର ମହାନତା ପ୍ରକାଶ ପାଇଥାଏ ଏହି ପରିପେକ୍ଷୀରେ ଆରସିବି ସଂଘ ର ଉଦ୍ୟମରେ ଚଳିତ ବର୍ଷ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଧୁମଧାମରେ ଆୟୋଜିତ କରିଥିବାରୁ ସଂଘର ସମସ୍ତ କର୍ମକର୍ତ୍ତା ଙ୍କୁ ପୂର୍ଵତନ ମନ୍ତ୍ରୀ ଶ୍ରୀ ସିଂ ଭୋଇ ପ୍ରଶଂସା କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମା, ସମିତି ସଭ୍ୟ ରାକେଶ ନାୟକ, ଯୁବ ସଂଗଠକ ଅମିତ ରଥ , ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ସ୍ୱାଇଁ, ଏକ୍ସ ଆର୍ମିମ୍ୟାନ ସୁଶୀଲ ବେହେରା, ଗୋଲାବାରୁଦ ଅବସର ପ୍ରାପ୍ତ କର୍ମଚାରୀ ପିତାମ୍ବର ଡାଙ୍ଗ , ଗୌତମ ବୃଦ୍ଧ ସେବା ସଂଘ ସଭାପତି ସୁଧୀର ଦୀପ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ପରମ୍ପରା ଓ କୃଷି ଭିର୍ତ୍ତିକ ପର୍ବ ଉପରେ ଆଲୋକପାତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଂଘ ସମ୍ପାଦକ ରୋହିତ ମହାନନ୍ଦ ପରିଚାଳନା କରିଥିବା ବେଳେ କମିଟି ସଭାପତି ମେଘା ମୁନା ଧନ୍ୟବାଦ ପ୍ରଦାନ କରିଥିଲେ l ଏହି ଅବସରରେ ବରଗଡ଼ ଜିଲ୍ଲା ଜାମୁଣ୍ଡା ଗାଁ କଂସ ଦରବାର ଆୟୋଜିତ ହୋଇଥିଲା l ଏଥିରେ କଂସ ଭୂମିକା ଭାବରେ ସଂଜୀବ ପ୍ରଧାନ ଅଭିନୟ କରିଥିଲେ l ଏହାପରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏଥିରେ ତମ୍ବୁଲା ଖେଳକୁ ଅନୁଷ୍ଠିତ ହୋଇଥିଲା l ଏହାକୁ ତରୁଣ ସୁନା ଓ ଅମିତ ଦୀପ ପରିଚାଳନା କରିଥିଲେ l ଏହି ଉତ୍ସବରେ ଏଥିରେ ଆଖପାଖ ଅଞ୍ଚଳର ମହିଳା ଓ ପୁରୁଷମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ଦେଖାଦେଇଛି l ଏଥିରେ କମିଟି ଉପଦେଷ୍ଟା କିଶୋର ଡାଙ୍ଗ, ହରିଲାଲ ମାଝୀ, ମଣ୍ଟୁ ଛତ୍ରିଆ, ଅଭିମନ୍ୟୁ ମହାନନ୍ଦ,ରମେଶ ମହାନନ୍ଦ, ଲେଖାମନୀ ବାଗ, ତପ୍ନେଶ୍ଵର ନାଗ, ଦୀପକ ନାଗ, ରବୀନ୍ଦ୍ର ମୁନା, ବବୁଲୁ ତାଣ୍ଡି, ମହେନ୍ଦ୍ର ତାଣ୍ଡି, ଗୌର ସୁନା, ନିରଣ କୁମ୍ଭାରଙ୍କ ସମେତ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.