ଷୋଳଘର ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କୁ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଆଜି ଷୋଳ ଘର ଅଙ୍ଗନୱାଡି ୧ଓ ୩ନମ୍ବର କେନ୍ଦ୍ରର ଶିଶୁ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା। ଯାଞ୍ଚ କମିଟି ସଭାପତି ଶ୍ରୀ ନରସିଂହ ପଣ୍ଡା ମୁଖ୍ୟ ଅତିଥି ୱାର୍ଡ ମେମ୍ବର ଶ୍ରୀ ଜଗମୋହନ ସାହୁ ଓ ରାଇପୁର ସ୍ବାସ୍ଥ୍ୟ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳୀ ବାଲା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଶିଶୁ ମହିଳା ଗର୍ଭବତୀ ଏବଂ ପ୍ରସୂତୀ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ବିଭିନ୍ନ ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ଉପରେ ଅତିଥିମାନେ ବୁଝାଇଥିଲେ। ପ୍ରତ୍ୟେକ ଶିଶୁ ପାଇଁ ଦୁଇ ହଳ ଲେଖାଏଁ ପୋଷାକ ବୁଟ ମୌଜା ଯୋଗାଇ ଦିଆଗଲା ଅଙ୍ଗନୱାଡି କର୍ମୀ ଶ୍ରୀମତୀ ବନିତା ଦାସ ଓ ସୁମିତ୍ରା ମହାରଣା ସହାୟିକା ଦ୍ବୟତିନି ଆଶା କର୍ମୀଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.