ଗଠିତ ହେଲା ମ.ରାମପୁର ବ୍ଲକ ସମିତି ସଭ୍ୟ ସଂଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ପିଡବ୍ଲୁଡି ଡ଼ାକ ବଙ୍ଗଳା ଠାରେ ବ୍ଲକର ସମସ୍ତ ସମିତି ସଭ୍ୟ/ସଭ୍ୟା ମାନଙ୍କୁ ନେଇ ବୁଧବାର ଏକ ବୈଠକ ଅନୁଷ୍ଠିତ ହେବାସହ ମ.ରାମପୁର ବ୍ଲକ ସମିତି ସଭ୍ୟ ସଂଘ ଗଠିତ ହୋଇଯାଇଛି । ଦେଢସୁଲି ପଞ୍ଚାୟତର ସମିତି ସଭ୍ୟ ଯଜ୍ଞସେନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ସମିତି ସଭ୍ୟ ସଂଘର ଅସ୍ଥାୟୀ ସଭାପତି ମନୋଜ କୁମାର ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ସେମାନଙ୍କ ଦାଇତ୍ୱ ବିଷୟରେ ଆଲୋକପାତ କରିବା ସହ ତୃଣମୂଳ ସ୍ତରରୁ ସଂଘବଦ୍ଧ ହୋଇ ନିଜର ହକ ଓ ଅଧିକାର ପାଇଁଁ ଲଢେଇ କରିବାକୁ ଆହ୍ବାନ ଦେଇଥିଲେ । ଏହାସହ ରାଜ୍ୟ ସମିତି ସଭ୍ୟ ସଂଘକୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ଶ୍ରୀ ପଟ୍ଟନାୟକ । ବୈଠକରେ ସର୍ବସମ୍ମତିକ୍ରମେ ମ.ରାପୁର ବ୍ଲକ ସମିତି ସଭ୍ୟ ସଂଘର ସଭାପତି ଭାବରେ  ଯଜ୍ଞସେନ ପଣ୍ଡା, ଉପ ସଭାପତି ଭାବରେ ରାଜକୁମାର ସୁନା, ସାଧାରଣ ସମ୍ପାଦକ ଭାବେ ପ୍ରକାଶ ମାଝୀ, ସହ ସମ୍ପାଦକ ଭାବରେ , କୋଷାଧ୍ୟକ୍ଷ ଭାବରେ ଯୋଗୀନ୍ଦ୍ର ନାଗ ମନୋନୀତ ହୋଇଥିଲେ। ଶେଷରେ ଜିଲ୍ଲା ଅସ୍ଥାୟୀ ସଭାପତି ଶ୍ରୀ ପଟ୍ଟନାୟକ ମନୋନୀତ ସମସ୍ତ ବ୍ଲକ କମିଟିର ନୂତନ କର୍ମକର୍ତ୍ତା ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.