ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ତାଲପଦର ଗୋଡଭଞ୍ଜା ଗ୍ରାମର ଗୌନ୍ତିଆ, ବରିଷ୍ଠ ସମାଜସେବୀ ତଥା ଆଦିବାସୀ ନେତା ଅନ୍ତରାମ ବାଣୁଆ ବ୍ରହ୍ମପୁର ଏମ୍ କେ ସି ଜି ମେଡିକାଲରେ ମୃତ୍ୟୁବରଣ କରିଛନ୍ତି। ଆଜି ସକାଳେ ଶୋକାକୁଳ ପରିବେଶ ଅନ୍ତଷ୍ଟି କ୍ରିୟା ସମାପନ ହୋଇଥିବା ବେଳେ ତାଙ୍କର ବଡ ପୁଅ ମୁଖାଗ୍ନି ଦେଇଥିଲେ। ସମାଜସେବୀ ଭାବରେ ଏବଂ ଆଦିବାସୀ ସଂଘର ସକ୍ରିୟ ସଦସ୍ୟ ଭାବରେ ସୁପରିଚିତ ଥିଲେ। ତାଙ୍କର ବିୟୋଗରେ ଜୟପାଟଣା ଆଦିବାସୀ ସଂଘ ତରଫରୁ ଗଭିର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ତାଙ୍କ ବିୟୋଗ ଅଞ୍ଚଳ ପାଇଁ ଅପୁରଣୀୟ କ୍ଷତି ହୋଇଛି।





