ପୁରୁଷୋତ୍ତମପୁରରେ ଆମ ଓଡିଶା – ନବୀନ ଓଡିଶା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହର ସ୍ଥିତ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ମନୋଜ କୁମାର ନାୟକ, ତହସିଲଦାର ଲୋପା ମୁଦ୍ରା ରଥ, ଅତିରିକ୍ତ ଏସପି ରଂଜିତ କୁମାର ପୃଷ୍ଟି, ଉପଜିଲ୍ଲାପାଳ ଦେବଦତ୍ତ ସାହୁ, ଅଧକ୍ଷା ପିଙ୍କି ବେହେରା, ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ଅଧୁକାରୀଣୀ ସବିତା ଚ୍ୟାଉ ପଟନାୟକ, ୩୬ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା, ୩୭ନଂ ଜିଲ୍ଲା ପରିଷଦ ସଦସ୍ୟ ରଂଜିତ ବେହେରା, ଆସ୍କା ଏମପି ନମିନୀ ସୁଦର୍ଶନ ନାୟକ, ଗଞ୍ଜାମ ଜିଲ୍ଲା ବିଜେଡି ସମ୍ପାଦକ ନିର୍ମକ ଚନ୍ଦ୍ର ସାହୁଙ୍କ ସହ ପୁରୁଷୋତ୍ତମପୁର ଥାନା ଅଧିକାରୀ ସମୀର କୁମାର ରାଉତ ଏବଂ ସମସ୍ତ ଥାନା ଷ୍ଟାଫ ଓ ବ୍ଲକର ସିପିଓ ବରୁଣଙ୍କ ସହିତ ଅନେକ କର୍ମଚାରୀଙ୍କ ସହିତ ଅନେକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ଜନ ପ୍ରତିନିଧି, ସ୍ୱୟଂ ସାହାୟିକା ଗୋଷ୍ଠୀ, ଏମ୍ବିକେ, ସିଆରପି ଓ ଅନ୍ୟନ୍ୟ ଜନସାଧାରଣ ଉପସ୍ଥିତ ଥିଲେ | ସେମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡୀଆନଙ୍କ ସହଯୋଗରେ ପୁରୁଷୋତ୍ତମପୁର ବ୍ଲକର ବିଭିର୍ଣ୍ଣ ଉର୍ନ୍ନତି କରଣ ପାଇଁ ଅନୁଦାନ ମଧ୍ୟରେ ତାରା ତାରିଣୀ ମନ୍ଦିର ପାଇଁ ୩୪କୋଟି ୮୩ ଲକ୍ଷ, ଋଷିକୁଲ୍ୟା ନଦୀର ଉପର ଭାଗରେ ନୂତନ ନବୀକରଣ ସହିତ ଯାତ୍ରୀଙ୍କ ବହୁବିଧ ସୁବିଧା ପାଇଁ ୧୮ କୋଟି, ଗୁପ୍ତେଶ୍ୱର, ତାରା ତାରିଣୀ ମହା ବିଦ୍ୟାଳୟର ଉର୍ନ୍ନତି ପାଇଁ ୨କୋଟି, ପ୍ରତାପୁର ଗାଁରେ ପ୍ରଭୁରାମଚନ୍ଦ୍ରଙ୍କ ସ୍ୱପୂଜିତ ତୁମ୍ବେଶ୍ୱର ପୀଠର ଉର୍ନ୍ନତି ପାଇଁ ଏକକୋଟି ୨୦ଲକ୍ଷ, ରାଉଳ ପଲି ଗୁପ୍ତେଶ୍ୱର ମନ୍ଦିର ପାଇଁ ୧୦୮କୋଟି, ଏପରି ବ୍ଲକର ଅନେକ ଉର୍ନ୍ନତି ମୂଳଜ କାର୍ଯ୍ୟ ପାଇଁ ଅନୁଦାନ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.