ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସ୍ଥିତ ସଇଁତଲା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ୨ ଜଣ ଅତିରିକ୍ତ ଶିକ୍ଷା ଅଧିକାରୀ ଯୋଗଦାନ କରିଛନ୍ତି l ପ୍ରକାଶ ଯେ, ଏହି ଶିକ୍ଷା ବିଭାଗରେ ପୂର୍ବରୁ ଆର୍ତ୍ତତ୍ରାଣ ରଥ ଗତ ୨୦୨୨ ମସିହାରେ ଟିଟିଲାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ହୋଇଥିବା ବେଳେ ଏଵିଓ ମହାଦେବ ମିଶ୍ର ମଧ୍ୟ ଗତ ୬ ମାସ ହେଲା ଅବସର ଗ୍ରହଣ କରିବା ପରେ ଦୀର୍ଘ ଦିନ ହେଲା ଏଵିଓ ପଦବୀ ଖାଲି ପଡିଥିଲା l ଏଥିରେ ବୌଦ୍ଧ ବ୍ଲକରେ ନରେନ୍ଦ୍ର କୁମାର ସାହୁ ପ୍ରଧାନ ଶିକ୍ଷକରେ କାଯ୍ୟରତ ଥିବା ବେଳେ ଅନ୍ୟ ରିତାରାଣୀ ତ୍ରିପାଠୀ କଣ୍ଟାମାଲ ବ୍ଲକରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରତ ଥିଲେ l ଏହି ଦୁହେଁ ପଦୋନ୍ନତି ହେବା ପରେ ସଇଁତଲା ବ୍ଲକ କାର୍ଯ୍ୟଳୟରେ ଅତିରିକ୍ତ ଶିକ୍ଷା ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏପରିକି ଏହି ଶିକ୍ଷା ବିଭାଗରେ ବର୍ତମାନ କନିଷ୍ଠ ସହାୟକ ଓ ଆକାଉଣ୍ଟ ପଦବୀ ମଧ୍ୟ ଖାଲି ପଡ଼ିରହିଛି l ଏହି ଯୋଗଦାନ ସମୟରେ ବିଇଓ ଗୋବର୍ଦ୍ଧନ ଭୋଇଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ l