ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ରେ ନୂତନ ତହସିଲଦାର ଭାବେ ସୁର୍ମୀ ସୋରେନ ଦାୟିତ୍ଵ ଗ୍ରହଣ କରିଛନ୍ତି । ତାଙ୍କୁ ବହୁଜନ ସଂଗ୍ରାମ ସମିତିର ସଭାପତି ରଞ୍ଜନ କୁମାର ଜାଲ, ସକ୍ରିୟ ସଦସ୍ୟ ପୂର୍ନେନ୍ଦୁ ମାଝୀ, ଭୋକର୍ଦ୍ଧନ ଧଙ୍ଗଡାମାଝୀ, ଉଗ୍ରସେନ କନ୍ଦପାନ, ଦୁର୍ଯ୍ୟୋଧନ ମାଝୀ, ସାହେବ ଛତ୍ରିଆ ପ୍ରମୁଖ ବୁଦ୍ଧ ପ୍ରତିମୂର୍ତ୍ତି ସହ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜୁନାଗଡ଼ ତହସିଲର ପ୍ରମୁଖ ସମସ୍ୟା ଉପରେ ଅବଗତ କରିଥିଲେ । ତହସିଲଦାର ଶ୍ରୀମତୀ ସୋରେନ ଜୁନାଗଡ଼ ଜନସାଧାରଣଙ୍କ ସେବା ଯୋଗାଇବା ତାଙ୍କର ପ୍ରାଥମିକତା ରହିବ ବୋଲି ପ୍ରତିକ୍ରିୟା ରଖିବା ସହ ଅତିଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।