ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା କଲମପୁର ମିନି ଷ୍ଟାଡିୟମ ପରିସରରେ ଆଜି ଶୁକ୍ରବାର ଆମ ଓଡିଶା ନବୀନ ଓଡିଶାର ବ୍ଲକ ସ୍ତରୀୟ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ବିଜୟ କୁମାର ମାଡାଙ୍ଗି, ତହସିଲଦାର ସ୍ମରଣିକା ତୁଳ, ସମିତି ଅଧ୍ୟକ୍ଷା ମୋତି ବିହାରୀ, ୨ନଂ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ୧ନଂ ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀଙ୍କ ସମେତ ସମସ୍ତ କର୍ମଚାରୀ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ଜନ ପ୍ରତିନିଧି, ସ୍ଵୟଂ ସାହାୟିକା ଗୋଷ୍ଠୀ, ଏମବିକେ, ସି.ଆର.ପି ଓ ଅଞ୍ଚଳର ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡୀଆନ ଭିଡ଼ିଓ କନଫରେନ୍ସ ମାଧ୍ୟମରେ କଲମପୁର ବ୍ଲକର ୧୧ଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନତି କରଣ ପାଇଁ ୧୬୮ ଟି ପ୍ରକଳ୍ପ ଲାଗି ୫କୋଟି ୫୦ ଲକ୍ଷ ଅନୁଦାନ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ କଲମପୁର ବ୍ଲକ ତରଫରୁ ପଣ୍ଡିଗାଁ ସରପଞ୍ଚ କବିତା ଜେନ୍ ଭିଡିଓ କନଫରେନ୍ସରେ ବକ୍ତବ୍ୟ ପ୍ରଦାନ କରିଥିଲେ।