ଜଙ୍ଗଲ ଜମି ଅଧିକାର ଆଇନରେ ଜମିପଟ୍ଟା ଓ ମୌଳିକ ସୁବିଧା ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଠାରେ ଆଜି ଶୁକ୍ରବାର ୩/୧୧ ଦିବା ୧୦ ଘଣ୍ଟା ସମୟରେ ସିପିଆଇ (ଏମ୍ ଏଲ୍) ତରଫରୁ ଜିଲ୍ଲାପାଳ ଓ ଡିଏଫଓ ଅଫିସ୍ ଘେରାଉ କରାଯାଇଛି । ସକାଳ ୧୦ ଘଣ୍ଟା ସମୟରେ ଭବାନୀପାଟଣା କଲେଜ ଛକରୁ ଜିଲ୍ଲା ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ କର୍ମୀ ମାନେ ନାରାବାଜୀ କରି ମାଣିକେଶ୍ୱରୀ ଛକ, ଘୋଡାଘଟ ଛକ ଦେଇ ଯାଇ ପ୍ରଥମେ ଡିଏଫଓ ଅଫିସ ଘେରାଉ କରି ଡିଏଫଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫାର ଦାବୀପତ୍ର ପ୍ରଦାନ କରିଥିଲେ । ଏହାପରେ ଜିଲ୍ଲାପାଳ ଅଫିସ ଘେରାଉ କରି ସେଇଠି ମଧ୍ୟ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୫ ଦଫାର ଦାବୀପତ୍ର ପ୍ରଦାନ କରିଥିଲେ । ନର୍ଲା ଅଞ୍ଚଳରେ ଅନେକ ସମସ୍ୟା ରହିଥିବା ବେଳେ, ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରିଛି ସିପିଆଇଏମ୍ଏଲ୍ ର ଜାଗ୍ରତ ସମିତି ଏବଂ ଚେତନା ନାରୀ ଜାଗରଣ ମଞ୍ଚ । ଜିଲ୍ଲା ସାଧାରଣ ସମ୍ପାଦକ କେଶବ ପଧାନଙ୍କ ନେତୃତ୍ୱରେ ୧୦୦୦ରୁ ଉର୍ଦ୍ଧ୍ୱ ସିପିଆଇ(ଏମ୍ଏଲ୍) ମହିଳା ଓ ପୁରୁଷ କର୍ମୀ ଆଜି ଶୁକ୍ରବାର କଳାହାଣ୍ଡି ଜିଲ୍ଲାପାଳ ଓ ଡିଏଫଓ ଅଫିସ ଘେରାଉ କରିବା ସହ ଦାବୀପତ୍ର ପ୍ରଦାନ କରିଛନ୍ତି ସିପିଆଇଏମଏଲ କର୍ମିମାନେ । ଦାବୀ ଗୁଡିକ ମଧ୍ୟରେ ଜିଲ୍ଲାର ନର୍ଲା ବ୍ଲକ୍ ଅଞ୍ଚଳରେ ଦୀର୍ଘ ଦିନରୁ ଜଙ୍ଗଲ ଜମି ରେ ବସବାସ କରି ଆସୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ବଳରେ ପଟ୍ଟା ପ୍ରଦାନରେ ଅବହେଳା ପ୍ରଦର୍ଶନକୁ ବିରୋଧ କରାଯିବା ସହ ତୁରନ୍ତ ଏମାନଙ୍କୁ ଜମି ପଟ୍ଟା ପ୍ରଦାନ ପାଇଁ ଦାବି କରାଯାଇଛି। ଆଦିବାସୀ, ପଦରବାସୀ ମାନଙ୍କ ମୌଳିକ ସୁବିଧା ପାନୀୟ ଜଳ, ପିଲାଙ୍କ ପାଠପଢା ପାଇଁ ବିଦ୍ୟାଳୟ, ରହିବା ପାଇଁ ଆବାସ ଯୋଜନାରେ ଘର, ଜୀବନ ଜୀବିକା ପାଇଁ କର୍ମନିୟୋଜନ ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦୀର୍ଘ ୧୭ ବର୍ଷ ହେଲା ଆସିବାସୀ, ଜଙ୍ଗଲବାସୀ, ପଦରବାସୀଙ୍କ ପାଇଁ ସିପିଆଇଏମଏଲ ଦାବୀ କରି ଆସୁଥିବା ବେଳେ ରାଜ୍ୟ ସରକାର କର୍ଣ୍ଣପାତ କରୁନଥିବା ଏମାନେ ଅଭିଯୋଗ କରି ଆଜି ଜିଲ୍ଲାପାଳ ଓ ଡିଏଫଓଙ୍କ ଜରିଆରେ ୫ ଦଫାର ଦାବୀପତ୍ର ପ୍ରଦାନ କରିଛି ସିପିଆଇଏମଏଲ । ସାଧାରଣ ଲୋକଙ୍କ ପାଇଁ ଅପରିହାର୍ଯ୍ୟ ମୌଳିକ ସୁବିଧା ଯୋଗାଇ ଦେବାରେ ସରକାର ବିଫଳ ରହିଛନ୍ତି କହି ସିପିଆଇଏମଏଲ ସରକାରଙ୍କୁ ଟାର୍ଗେଟ କରିବା ସହ ଯଦି ସେମାନଙ୍କ ଦାବୀ ସରକାର ନିର୍ବାଚନ ପୂର୍ବରୁ ପୁରଣ ନକରନ୍ତି ତାହେଲେ ଆଗାମୀ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ଚେତାବନୀ ଦେଇଛି ସିପିଆଇଏମଏଲ । ନର୍ଲା ବ୍ଲକ୍ ଅଞ୍ଚଳର ସମସ୍ତ ପଦର ଲିମୁରସିଙ୍ଗା, ସିନାପଦର, ଟୁଟୁଙ୍ଗଝୁଲା, ମୁଡିଙ୍ଗପଦର, ତିଲେଇମାଳ ପ୍ରଭୃତିକୁ ପକ୍କାରାସ୍ତା ନିର୍ମାଣ କରାଯାଉ ବୋଲି ମଧ୍ୟ ସିପିଆଇ(ଏମଏଲ) ପକ୍ଷରୁ ଦାବୀ କରାଯାଇ ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି ୫ ଦଫାର ଦାବୀପତ୍ର। ଯଦି ସରକାରଙ୍କ ତରଫରୁ ଏସବୁ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆ ନଯାଏ ତାହେଲେ ସରକାର ଓ ପ୍ରଶାସନକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଆନ୍ଦୋଳନକାରୀଙ୍କ ତରଫରୁ ଚେତାବନୀ ମଧ୍ୟ ଦିଆଯାଇଛି । ଏହି ଘେରାଉ କାର୍ଯ୍ୟକ୍ରମରେ ସିପିଆଇଏମ୍ଏଲ୍ ର ଜିଲ୍ଲା ସାଧାରଣ ସଂପାଦକ କେଶବ ପଧାନଙ୍କ ନେତୃତ୍ୱରେ ସହ ସଂପାଦକ ଦୟା ସାଗର ନାଏକ, ବରିଷ୍ଠ ନେତା ଯୁଧିଷ୍ଠିର ସା, ବଲମ ଧରୁଆ, ପଦ୍ମନ ଦୋରା,ନର୍ଲା ବ୍ଲକ ସମ୍ପାଦକ ଫକୀର ଚରଣ କଣ୍ଡାଦୋରା, ଜୁନାଗଡ ବ୍ଲକ ସମ୍ପାଦକ ବିପିନ ନାଏକ, ଜୁନାଗଡ ବ୍ଲକ ସମ୍ପାଦକ କମ୍ରେଡ ଚନ୍ଦ୍ର ହରିଜନ, ମ.ରାମପୁର ବ୍ଲକ ସମ୍ପାଦକ କମ୍ରେଡ ଲଛମନ ଧରୁଆ, କୌଶଲ ମାଝୀ, ପିଲି ମାଝୀ, କମ୍ରେଡ ଆନନ୍ଦ ପାତ୍ର, ଲାଞ୍ଜିଗଡ଼ ବ୍ରାଞ୍ଚ ସମ୍ପାଦକ ଡୁକା ମାଝୀ, କମ୍ରେଡ ତୁସା ମାଝୀ, ଖଡିରାମ ଧରୁଆ, ନର୍ଲା ବ୍ଲକ୍ ସଭାପତି ଚେତନା ନାରୀ ଜାଗରଣ ମଞ୍ଚର ସୁକାନ୍ତୀ ପଧାନ, ମଦନା ପାତ୍ର, ସୁମିତ୍ରା ପୁଝାରୀ, ପ୍ରମିଳା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।