ଶିକାରୀ ସାଜିଛି କଲରା ପତରିଆ – ଶିକାର ହେଉଛି ମଣିଷ; ଧରମବନ୍ଧା ସିଲେରୀବାହାରାର ମହିଳାଙ୍କୁ ଟେକି ମାରି ଖାଉଥିବା ଦେଖିଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ସଦର ବ୍ଲକ ଧରମବନ୍ଧା ଥାନା ସିଲେରୀବାହାଲ ଗାଁରେ ଗତକାଲି ସନ୍ଧ୍ୟାରେ ଜଣେ ମହିଳା ଶୌଚ କରିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ | ତେବେ ପରିବାର ଲୋକେ ଓ ଗ୍ରାମବାସୀ ମିଶି ଖୋଜା ଖୋଜି କରିବା ପରେ ଆଜି ରବିବାର ସକାଳେ ଲାଲମାଟିଆ ଖେତ ପାଖରେ ଏକ କଲରା ପତରିଆ ବାଘ ଉକ୍ତ ମହିଳାଙ୍କୁ ଖାଉ ଥିବାର ଦେଖିବାକୁ ପାଇଥିଲେ | ଗ୍ରାମବାସୀ ବାଘକୁ ଘଉଡ଼ାଇ ଥିଲେ ବି ପ୍ରାଣ ଭୟରେ ପଳାଇ ଆସିଥିଲେ | ତେବେ ଜୈନିକ ମହିଳା ଜଣକ ତୁଲାରାମ ମାଝୀଙ୍କ ସ୍ତ୍ରୀ ରମେଶ୍ୱରୀ ମାଝୀ (୪୫) ବୋଲି ଜଣା ପଡିଛି | ଘଟଣା ସ୍ଥଳ ରେ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ପହଂଚି ନ ଥିବା ବେଳେ ଗ୍ରାମବାସୀ ସରପଞ୍ଚ ଭୁବନେଶ୍ୱରୀ ଦଣ୍ଡସେନା ଉପସ୍ଥିତ ଅଛନ୍ତି | ପ୍ରକାଶ ଯେ, ଏକ ସପ୍ତାହ ମଧ୍ୟରେ ବାଘ ଆକ୍ରମଣର ଏହା ଦ୍ଵିତୀୟ ଘଟଣା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.