ଫୁଲ ନୁହଁ କି ପରି ନୁହଁ,
ନୁହଁ ସେ ଜହ୍ନ ର ଜ୍ୟୋସ୍ନା।
ସଭିଙ୍କର ସିଏ ଅତି ଦରକାର,
ମୋ ହୃଦୟର ତୃଷ୍ଣା।
ତା ଦେହ ର ଶୀତଳତା ,
ଭାଙ୍ଗେ ମୋର ନୀରବତା।
ତା ଓଠ ର ହସ ହୋଇ,
ହସେ ମୋର ପୃଥିବୀ ଟା।
ଦେହ କରି ଓଦା ମୋର,
ମନେ ଜାଳେ ନିଆଁ।
ଛଟପଟ କରେ ମତେ,
ଏମିତି ତା ଛୁଆଁ।
ମୋ ମନ ରେ ଭରି ଦିଏ,
ଅସୁମାରୀ ଆଶା।
ନିଦ ସିନା ଭାଙ୍ଗି ଯାଏ ,
ଛାଡେନା ତା ନିଶା।
ଦେଖିଛି ମୁଁ ଯାଣିଛି ମୁଁ,
ତାକୁ ଯୋଉ ଦିନୁ।
ଏ ମନ ର ଆକାଶ ରେ,
ଆଙ୍କେ ଇନ୍ଦ୍ରଧନୁ।
ଆଙ୍କି ଦେଲେ ହୁଏ ସିଏ ,
କଥା କୁହା ଛବି।
ଗଢି ଦେଲେ ହେଇଯାଏ,
ମନ୍ଦିରର ଦେବୀ।
ସିଭିଙ୍କର ଆଶା ଆଉ ,
ପୃଥିବୀର ବାସ୍ନା।
ବର୍ଷା ରୁପେ ଭରିଥାଏ,
ମୋ ମନ ର ତୃଷ୍ଣା।
ଦେବସ୍ମିତା ମହାପାତ୍ର
କଟକ
ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ