ଫାଣ୍ଡିରେ କାମଅଛି କହି ନିରିହ ଅଧିବାସୀଙ୍କୁ ଗାଁରୁ ଉଠାଇଆଣିଛି ପୋଲିସ 

୩ଦିନ ପରେବି ସେମାନଙ୍କ ସହ ସାକ୍ଷାତ କରିପାରୁ ନାହାନ୍ତି ପରିବାର ବର୍ଗ : ଏସପି ପ୍ରତିଶୃତି ଦେଇଥିଲେ ସାକ୍ଷାତ କରାଇବାକୁ, କିନ୍ତୁ ମନାକରୁଛି ପୋଲିସ

Omkar Vasthu
Omkar Vasthu

କଳାହାଣ୍ଡି,୪/୬ : ମ.ରାମପୁର ବ୍ଲକର ଉପାନ୍ତ ଇଲାକା ଲୁବେନଗଡ ଗାଁର ଦୁଇଜଣ ଲୋକଙ୍କୁ ପୋଲିସ ଗାଁରୁ ଉଠାଇ ଆଣିବାର ୩ ଦିନ ହୋଇଯାଇଥିଲେ ମଧ୍ୟ ପରିବାରବର୍ଗଙ୍କ ସହ ସେମାନଙ୍କ ସାକ୍ଷାତ କରେଇ ଦେଉନାହିଁ ପୋଲିସ । ଏ ସଂକ୍ରାନ୍ତରେ ପରିବାର ଲୋକେ ଓ ଗ୍ରାମବାସୀ ଏସପିଙ୍କୁ ସାକ୍ଷାତ କରି ସାକ୍ଷାତ କରିବାର ଅନୁମତି ନେଇଥିଲେ ମଧ୍ୟ ମ.ରାମପୁର ପୋଲିସ ସାକ୍ଷାତ କରାଇଦେଉନାହିଁ । ଫଳରେ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କ ପରିବାର ମ.ରାମପୁର ଥାନାରେ ବସି ରହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ପ୍ରାପ୍ତ ସୂଚନାରୁ ପ୍ରକାଶଯେ, କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମାଓପ୍ରବଣ ଅଂଚଳ ଲୁବେନଗଡ଼ ଗ୍ରାମରୁ ରବିବାର ସକାଳ ପ୍ରାୟ ୯ ଘଣ୍ଟା ସମୟରେ ଗାଁର ସିମାରା ନାଏକ(୬୫), ଆନନ୍ଦ ନାଏକ(୫୫)(ଉକ୍ତ ଗ୍ରାମର ଗ୍ରାମରକ୍ଷୀ)ଙ୍କୁ ମୋହନଗିରୀ ଫାଣ୍ଡି ଅଧିକାରୀଙ୍କ ସହାୟତାରେ ମୋହନଗିରୀ ସିଆରପିଏଫ୍ ଏକ ଗାଡ଼ି ଯୋଗେ ଗ୍ରାମକୁ ଯାଇ ସିମାରା ନାଏକଙ୍କୁ ଗାଧେଇ ଯାଇଥିବାବେଳେ ଏବଂ ଆନନ୍ଦ ନାଏକଙ୍କୁ ଆମ୍ବ ତୋଳି ଯାଇଥିବାବେଳେ ମୋହନଗିରୀ ଫାଣ୍ଡିରେ କାମ ଅଛି କହି ଡ଼ାକିଆଣିଥିଲେ । ପରେ ଗ୍ରାମରୁ ଅନନ୍ଦ ନାଏକଙ୍କ ପତ୍ନୀ, ସିମାରା ନାଏକଙ୍କ ଜୋଇଁ ହେମନ୍ତ ଦିଗାଲ ଦିନ ପ୍ରାୟ ଦୁଇଟାବେଳେ ମୋହନଗିରୀ ଫାଣ୍ଡିକୁ ଆସିବାରୁ ମୋହନଗିରୀ ଫାଣ୍ଡିରେ ମ.ରାମପୁରକୁ ନିଆଯାଇଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ଆସିବେ ବୋଲି କହିଥିଲେ । ପରେ ଗ୍ରାମରୁ ପରିବାର ଲୋକେ ମ.ରାମପୁର ଥାନାକୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ମ.ରାମପୁର ଥାନା ତରଫରୁ ଆମେ କିଛି ଜାଣିନାହୁଁବୋଲି କହିବାପରେ ରବିବାର ସନ୍ଧ୍ୟାରେ ବାଇକ ଯୋଗେ ପ୍ରାୟ ୧୧ଜଣ ଭବାନୀପାଟଣା ଯାଇ ଏସପିଙ୍କୁ ସାକ୍ଷାତ କରିଥିଲେ । ସେଠାରେ ସେ ମୁଁ ଜାଣିନାହିଁ ବୋଲି କହିବା ପରେ ସେମାନେ ସୁରକ୍ଷିତ ଅଛନ୍ତି ଏବଂ ଆସନ୍ତାକାଲି ସେମାନଙ୍କୁ ଦେଖା କରି ପାରିବ ବୋଲି କହିଲେ । ତେବେ ସେଦିନ ସେଠାରେ ଗ୍ରାମର ଲୋକେ ରହିବାପରେ ସୋମବାର ସକାଳେ ଏସପିଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରିବା ପରେ,ସେ ସେହି ସମୟରେ ଏସପି ପ୍ରତିଶୃତି ଦେଇଥିଲେ କି ମ.ରାମପୁର ଥାନାକୁ ଗଲାପରେ ସେମାନଙ୍କ ସହ ଦେଖା କରି ପାରିବ । କିନ୍ତୁ ଏସପିଙ୍କ ଏହି ପ୍ରତିଶୃତି ପାଣିର ଗାର ହେଇଥିବାବେଳେ ପରିବାରଲୋକେ ତିନିଦିନ ହେଲା ଦେଖା କରିନପାରିବାରୁ ଚିନ୍ତିତ ରହିଛନ୍ତି । ତେବେ ଏସପି ଏହି ମାମଲା ମାଓ ସଂପୃକ୍ତ ବୋଲି କହିଥିବାବେଳେ ଅଧିକ ତଦନ୍ତ କରିବେ ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ, ସିମାରା ନାଏକ(୬୫) ଅଂଚଳରେ ଜଣେ ନେତୃ ସ୍ଥାନୀୟ ବ୍ୟକ୍ତି ହେଇଥିବାବେଳେ ସେ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରି ଆସୁଛନ୍ତି । ସେ କଂଗ୍ରେସର ଜଣେ ପୁରୁଖା କର୍ମୀ ଭାବରେ ମଧ୍ୟ ଅଂଚଳରେ ପରିଚିତ । ତେବେ ତାଙ୍କ ଭଳି ଜଣେ ବୃଦ୍ଧ ତଥା ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ମିଛ ମାଓ କେଶରେ ସଂପୃକ୍ତି ଥିବା କହି ମାନସିକ ନିର୍ଯ୍ୟାତନା ଦେଉଛନ୍ତି ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି । ଆନନ୍ଦ ନାଏକ ମଧ୍ୟ ଗ୍ରାମ ରକ୍ଷୀ ହେଇଥିବାବେଳେ ତାଙ୍କର ଏହି ମାମଲରେ କିଭଳି ସଂପୃକ୍ତି ରହିଛି ତାହା ପ୍ରକୃତ ଦଦନ୍ତ ପରେ ଜଣାପଡ଼ିବ ଏବଂ ପରିବାର ଲୋକେ ଆଇନକୁ ସମ୍ମାନ ଦେବୁ କିନ୍ତୁ ଆମକୁକାହିଁକି ତାଙ୍କ ସହିତ ଦେଖାଇଦେଉନାହାନ୍ତି ବୋଲି ପ୍ରଶ୍ନ କରିବା ସହ ପୋଲିସର ଏଭଳି ଅମାନବୀୟ କାର୍ଯ୍ୟକଳାପକୁ ଘୋର ନିନ୍ଦା କରାଯାଇଛି । ଏ ସଂକ୍ରାନ୍ତରେ ମ.ରାମପୁର ଥାନାଧିକାରୀଙ୍କୁ ପଚାରିବାରୁ, ସେ ଏ ବିଷୟରେ କିଛି ଜାଣିନାହିଁ ଏବଂ ଏକ ସ୍ୱତନ୍ତ୍ର ବିଭାଗ ମାଓ କାର୍ଯ୍ୟକଳାପା ଉପରେ ଦୃଷ୍ଟି ରଖିଛି ଏଣୁ ଏ ବିଷୟରେ କିଛି କହିପାରିବି ନାହିଁ କି ସେମାନଙ୍କୁ କେବେ କେମିତି ଉଠାଇନେଲେ ମୁଁ ଜାଣିନାହିଁ ବୋଲି ନିଜ ମତ ପ୍ରକାଶ କରିଥିଲେ । ଏଠାରେ ସୂଚନା ଥାଉ କି, ମ.ରାମପୁରର ଆଭ୍ୟନ୍ତରୀଣ ଇଲାକାରେ ମାଓବାଦୀଙ୍କ ଗତିବିଧି ସହ କାର୍ଯ୍ୟକଳାପ ବଢିବାରେ ଲାଗିଥିବାବେଳେ ପୋଲିସକୁ କିଛି ସଫଳତା ମିଳିପାରୁନାହିଁ ତେଣୁ ଏଭଳି ବୃଦ୍ଧ ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ଗାଁରୁ ଉଠାଇ ଆଣିବା ସହ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବାକୁ ନେଇ ଘୋର ପରିତାପର ବିଷୟ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏ ସଂକ୍ରାନ୍ତରେ ଆଜି (ମଙ୍ଗଳବାର) ମଧ୍ୟ ପରିବାର ତରଫରୁ (ଖବରଲେଖାଯିବା ପର୍ଯ୍ୟନ୍ତ ସକାଳ ୯.୧୫) ସଂପର୍କୀୟମାନେ ଥାନାରେ ଦେଖା କରିବାକୁ ଅଡ଼ି ବସିଛନ୍ତି ।

Udyog Nursery
Udyogi Nursery
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.