ଆମ ପରିବେଶ ଓ ଆମ ସଂସ୍କୃତି ସାହିତ୍ୟାୟନ

ଓଡ଼ିଆ ବାର୍ତ୍ତା/ କଟକ : କୈବଲ୍ୟ ସାହିତ୍ୟ ସଂସଦ, କଟକ ତରଫରୁ ବଖରାବାଗ ଗାନ୍ଧୀ ଭବନରେ ଆମ ପରିବେଶ ଓ ଆମ ସଂସ୍କୃତି ସହିତ୍ୟାୟାନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁତ୍ ସଂଖ୍ୟାରେ କବି ,କବୟିତ୍ରୀ ଏବଂ ସମାଜସେବୀ ଯୋଗଦାନ କରିଥିଲେ । କବିତା ପାଠ ଏବଂ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆମ ପରିବେଶ ଓ ଆମ ସଂସ୍କୃତି ଶୀର୍ଷକ ସଚେତନତା ଧର୍ମୀ କବିତା ପାଠ କରାଯାଇଥିଲା । ଲୋକ ସାହିତ୍ୟରେ ପରିବେଶ ଓ ସଂସ୍କୃତର ସୁରକ୍ଷା ବିଷୟରେ ଅତିଥିମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରଫେସର ଡକ୍ଟର ବ୍ରଜ ସୁନ୍ଦର ମିଶ୍ର, ଉତ୍କଳ ବିଶ୍ୱବିଦ୍ୟାଳୟ ଯୋଗଦେଇ ସନ୍ତୁଳିତ ପରିବେଶ ସଂସ୍କୃତିର ରକ୍ଷା କବଚ ବୋଲି ସରଳ ଭାବରେ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ବକ୍ତା ପ୍ରଫେସର ଡକ୍ଟର କାଳିକିଙ୍କର ପଟ୍ଟନାୟକ, ସାହିତ୍ୟିକ ମାନେ ପରିବେଶ ଏବଂ ସଂସ୍କୃତିର ମାର୍ଗଦର୍ଶକ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ବକ୍ତାଭାବେ ପ୍ରଫେସର ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ ଏବଂ ସମ୍ମାନିତ ଅତିଥିଭାବେ ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ପ୍ରାଧ୍ୟାପକ ଡ଼କ୍ଟର ସେକ୍ କଲିମୁଲ୍ଲା, ଡଃ ଦିପାୟନ ପଟ୍ଟନାୟକ, ଶ୍ରୀଯୁକ୍ତ ଲଳିତେନ୍ଦୁ ପଲାଉରି, ଶ୍ରୀମତୀ ସ୍ନେହାଶ୍ରୀ ସ୍ୱାଇଁ , ବିପିନ ବିହାରୀ ବାରିକ, ଡ଼କ୍ଟର ସୁରେନ୍ଦ୍ରନାଥ ତ୍ରିପାଠୀ, ପଣ୍ଡିତ ନୀଳକଣ୍ଠ ରାଉତ ଯୋଗଦେଇ ପରିବେଶ ଏବଂ ସଂସ୍କୃତିର ସୁରକ୍ଷା ପାଇଁ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରିଥିଲେ । କାର୍ଯ୍ୟକ୍ରମରେ ଜୀବନବ୍ୟାପୀ ସାଧନା ପାଇଁ ବିଭୂତି ଭୂଷଣ ସାହୁ ଜୋନାଲ ହେଡ, କଳିଙ୍ଗ ଟିଭି, କଟକ,ଶ୍ରୀମତୀ ସାଗାରିକା ଜେନା, ଯୋଗଗୁରୁ,ଡଃ ନିରୋଜ କୁମାର ପୋଥାଳ (ସମାଜସେବୀ) ତୁଳସୀଚଉରା, ବାରିପଦା , ମୟୂରଭଞ୍ଜ,କବି ସତ୍ୟବ୍ରତ ପୁହାଣ ସଭାପତି, କଳାକାର ଓଡିଶା, ଯାଜପୁରଙ୍କୁ ଓଡ଼ିଶା ପରିବେଶ ଓ ସଂସ୍କୃତି ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭିକ ସଙ୍ଗୀତରେ ଓଡ଼ିଶୀ ନୃତ୍ୟଶିଳ୍ପୀ ପତିତପାବନ ସାହୁ (ପୂପି)ବଡଚଣା,ଚଣ୍ଡିଖୋଲ, ଯାଜପୁର ସୁନ୍ଦର ନୃତ୍ୟ ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଶ ଓ ସଂସ୍କୃତି ସମ୍ପର୍କିତ ଚିତ୍ରକଳା ପ୍ରଦର୍ଶନ ସହିତ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା ଏବଂ ପରେ ଓଡ଼ିଶା ପରିବେଶ ଓ ସଂସ୍କୃତି ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା । ଶତାଧିକ ସମାଜସେବୀ ମାନଙ୍କୁ ଓଡ଼ିଶା ପରିବେଶ ଓ ସଂସ୍କୃତି ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶତାଧିକ କବି କବୟିତ୍ରୀ ମାନଙ୍କୁ ଓଡ଼ିଶା ପରିବେଶ ଓ ସଂସ୍କୃତି ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଡ଼କ୍ଟର ସ୍ୱାଗତିକା ସାହୁ, ଡ଼କ୍ଟର ରଶ୍ମୀ କର ଏବଂ ସୁରଭି ଦ୍ବିବେଦୀ ସଞ୍ଚାଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୁଭବ୍ରତ ମହାପାତ୍ର, ଜନ ରଞ୍ଜନ ପ୍ରଧାନ, ଭଗବତୀ ଖଟୁଆ, ଗଗନ ପ୍ରଧାନ, ଇତିଶ୍ରୀ ପତି, ଛବିରାମ ସେଠୀ, ସୁରେନ୍ଦ୍ର ମହାପାତ୍ର, ଆଶୁତୋଷ ଦେଵୀପ୍ରସାଦ ରାଉତ, ଜୟନ୍ତୀ ଓଝା, ଉତ୍କଳିନୀ ରାଉତ, ବିମଳ ଦାସ, ସୁକାନ୍ତି ମହାନ୍ତି, ହିମାଂଶୁ ଭୁଷଣ ଜେନା, ହେମନ୍ତ କୁମାର ସାହୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସହଯୋଗ କରିଥିଲେ । କବି ରାଜୀବ କୁମାର ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.