କବିତା : ପୂଣ୍ୟ ଭୂଇଁ କଳାହାଣ୍ଡି

 

Omkar Vasthu
Omkar Vasthu

ପୁଣ୍ୟ ଏ ମାଟି କଳାହାଣ୍ଡି ,
ଜନନୀ ଆମର ଜନ୍ମ ଭୂଇଁ ।
ସରଗର ଶିରୀ ବହେ ନିରନ୍ତର ,
ଜଗତେ ତାହାର ତୁଳନା କାହିଁ ? ।୧।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡିଆ ଙ୍କ ଦୁଃଖ ରେ ସାଥୀ
କୁଳୁକୁଳୁ ବହେ ସେ ହାତୀ ନଦୀ
ତେଲ ଶଗଡ଼ା ଓ ଇନ୍ଦ୍ରାବତୀ
ମାଆ ମାଣିକେଶ୍ୱରୀଙ୍କ ଚରଣ ଧୋଇ।୨।

Udyog Nursery
Udyogi Nursery

ତୋ ବାଜା ଘୁମୁରା ଘୁମୁରେ ଦେଶ ବିଦେଶେ,
ଢାବ ବାଡ଼ି ଖେଳ ମନ ହରଷେ ।
କଳା କାରିଗରୀ ମନ ରେ ଯହିଁ ,
ତଥାପି ମନ ରେ ଗରବ ନାହିଁ।୩।

ଇନ୍ଦ୍ରାବତୀ ରୁ ବିଜୁଳି ପରା
ନିୟମଗିରି ରୁ ବେଦାନ୍ତ ସାରା ।
ଯା ପେଟ ରେ ହୀରା ମାଣିକ ଥାଇ
ଦାଦନ ଯାଆନ୍ତି ଶ୍ରମିକ ଭାଇ ।୪।

ଦେବଦେବୀ ଭରା କୋଣେ ଅନୁକୋଣେ,
ପ୍ରକୃତିର ଶୋଭା ବନେ ଉପବନେ।
ଶସ୍ୟ ସାମଲ ଧରଣୀ ଗୋ ତୁହି।
ମଙ୍ଗଲମୟୀ ତୁ ମା କରୁଣାମୟୀ ।୫।

ତୋ ମାଟି କୁଳ ରେ ବୀର ଜ୍ଞାନୀଗୁଣି,
କବି ଓ ଲେଖକ ଧରିଛୁ ତୁ ପୁଣି ।
ନକରି ଖାତିର ସେ ରେଣ୍ଡୋ ଶାଇ
ପ୍ରାଣ ଦେଇ ଗଲେ ତୋ’ ଗୁଣ ଗାଈ ।୬।

ପାହାଡ ବହି ସେ ଖୁସି ରେ ରହେ
ନିଜେନ ଖାଇ ସେ ପରକୁ ଦିଏ
ସିଏ ମୋ ମାଆ ପୁଣ୍ୟ କଳାହାଣ୍ଡି
ଜନମ ଭୂଇଁ ସେ କରମ ଭୂଇଁ।୭।

 

ବାଞ୍ଛାନିଧି ପଣ୍ଡା

ଧର୍ମଗଡ଼, କଳାହାଣ୍ଡି
ଓଡିଶା,୭୬୬୦୧୫

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.