ମହାମାୟା କଲେଜକୁ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତା

ନୂଆପଡା : ପଶ୍ଚିମ ଓଡିଶାର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ମହାମାୟା କଲେଜକୁ ଚଳିତ ବର୍ଷ +୨ ବିଜ୍ଞାନରେ ଆଶାସିତ ସଫଳତା ପ୍ରାପ୍ତ ହୋଇଛି । ଅନୁଷ୍ଠାନର ଶିକ୍ଷକ ମାନଙ୍କ ଅଧ୍ୟାପନା, ମାର୍ଗଦର୍ଶନ ସହ ବିଦ୍ୟାର୍ଥୀ ମାନଙ୍କ କୋଠର ଅଧ୍ୟାବସାୟ ଫଳରେ ଏବର୍ଷ ପାସ୍ ହାର ୯୨% ରହିଛି ।

ନୂଆପଡା ସ୍ଥିତ ସୁନସୁନିଆରେ ଥିବା ମହାମାୟା କଲେଜର +୨ ବିଜ୍ଞାନ ବର୍ଗରେ ବାଳକ ବିଭାଗର କୁସୁମ ରଞ୍ଜନ ପାଣ୍ଡେ ୮୬ % ରଖି ଜିଲ୍ଲା ଟପ୍ପର ହୋଇ ଥିବା ବେଳେ ବାଳିକା ବିଭାଗ ରେ ସିଲକି ଅଗ୍ରୱାଲ ୭୯ % ରଖି ଜିଲ୍ଲା ଟପ୍ପର ହୋଇଛନ୍ତି ।  କୁସୁମ ରଞ୍ଜନ ସଦର ବ୍ଲକ ଭଏସମୁଣ୍ଡିର କ୍ଷୁଦ୍ର ଚାଷୀ କ୍ରିଷ୍ଣା ଲାଲ ପାଣ୍ଡେଙ୍କ ପୁଅ ହୋଇଥିବାବେଳେ  ଖରିଆର ରୋଡର ଏକ ସାମାନ୍ୟ ବ୍ୟବସାୟୀ ତଥା ନିବାସୀ ରାକେଶ ଅଗ୍ରୱାଲ ଅଗ୍ରୱାଲଙ୍କ ଝିଅ ହେଉଛନ୍ତି ସିଲକି ।

ଚଳିତ ବର୍ଷ ମହାମାୟା କଲେଜରୁ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ମୋଟ ୬୮ ଜଣ ଛାତ୍ରୀଛାତ୍ର ପରିକ୍ଷା ଦେଇଥିଲେ । ସେଥିରୁ ୨୮ ଜଣ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ଉତୀର୍ଣ୍ଣ ହୋଇ ଥିବା ବେଳେ ପାସ ହାର ୯୨ % ରହିଛି । ମହାମାୟା ଅନୁଷ୍ଠାନରେ କମ ଖର୍ଚ୍ଚରେ ଉର୍ନ୍ନତମାନର ପାଠ ପଢା ଯାଉଥିଲା ବେଳେ ଏଠାରେ ଗରିବ ଓ ମଧ୍ୟବିତ୍ତ ପରିବାର ବର୍ଗଙ୍କ ପିଲା ମାନେ ପାଠ ପଢି ନିଜର ଭବିଷ୍ୟତ ଗଢିବାରେ ସଫଳ ହୁଅନ୍ତି । ଅନୁଷ୍ଠାନର ପ୍ରତିଷ୍ଠାତା ସତ୍ୟଭୂଷଣ ସାହୁ, ଏମ.ଡି. ଟଙ୍କଧର ସାହୁ, ଅଧକ୍ଷ ଛବି ମେହେର, ଆସିକି ରେହମାନ, ପ୍ରିୟନ ସାହୁ ପ୍ରମୁଖ ସଫଳ ଛାତ୍ରୀ ଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.