ଜଳ ଯୋଗାଣ କ୍ଷେତ୍ରରେ ଗ୍ରାମୀଣ ଯୁବତୀ ଓ ଯୁବକଙ୍କ ପାଇଁ ମଲ୍ଟି ସ୍କିଲିଂ ସୁଯୋଗ

ପ୍ଳମ୍ବିଂ, ପମ୍ପ ଅପରେଟର, ସୋଲାର ଓ ଇଲେକ୍ଟ୍ରିକଲସ ଟ୍ରେଡରେ ତାଲିମ ନେଇ ହେବେ ସ୍ୱାବଲମ୍ବୀ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗଉଡ): ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ରାୟଗଡା ଜିଲ୍ଳା ଅଧିନସ୍ଥ ଜିଲ୍ଳା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ଓରମାସ୍ ଆନୁକୂଲ୍ୟରେ ରାୟଗଡା ପଂଚାୟତ ସମିତି କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଜଳ ଜୀବନ ମିଶନ/ବସୁଧା ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଗ୍ରାମୀଣ ଯୁବକଯୁବତୀଙ୍କୁ ଜଳ ଯୋଗାଣ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ଏକ କାଉନସେଲିଂ ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଳା ଓରମାସ ଉପ ନିର୍ଦ୍ଦେଶକ ମନୋଜ କୁମାର ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ବୈଠକରେ ରାୟଗଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ, ଆରଡବ୍ଳୁଏସଏସ ସହକାରୀ ଯନ୍ତ୍ରୀ ଦୀପ୍ତିମୟୀ ବାଟଲାଭଦ୍ରା, ସମିତି ସଭ୍ୟ ଭୂଷଣ ବିଡିକା ପ୍ରମୁଖ ମଂଚାସୀନ ହୋଇଥିଲେ। ରାୟଗଡା ସଦର ବ୍ଳକର ୨୮ଗୋଟି ଗ୍ରାମ ପଂଚାୟତରୁ ବହୁ ଯୁବକଯୁବତୀମାନେ ଯୋଗ ଦେଇଥିଲେ। ଜିଲ୍ଳାରେ ଜଳ ଜୀବନ ମିଶନ ଓ ବସୁଧା ଯୋଜନା ମାଧ୍ୟମରେ ଘର ଘରକୁ ପାଇପ ଯୋଗେ ଜଳ ଯୋଗାଣ ନିମନ୍ତେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଗୁଡିକ ଶେଷ ହେବା ପର୍ଯ୍ୟାୟରେ ରହିଥିବା ବେଳେ ଆଗାମୀ ଦିନରେ ସେଗୁଡିକର ମରାମତି ନିଶ୍ଚିତ ଭାବେ ଆବଶ୍ୟକ କରିବ। ତେଣୁ ରାଜ୍ୟ ସରକାର ଗ୍ରାମୀଣ ସ୍ତରରେ ରହିଥିବା ଅଷ୍ଟମ ଶ୍ରେଣୀରୁ ଉର୍ଦ୍ଧ ପର୍ଯ୍ୟନ୍ତ ପଢିଥିବା ବେରୋଜଗାର ଯୁବକ ଯୁବତୀଙ୍କୁ ଜଳ ଯୋଗାଣ କ୍ଷେତ୍ରରେ ମଲ୍ଟି ସ୍କିଲିଂ ସୁଯୋଗ ପ୍ରଦାନ କରିବା ପାଇଁ ପ୍ଳମ୍ବିଂ, ପମ୍ପ ଅପରେଟର, ସୋଲାର ଏବଂ ଇଲେକ୍ଟିକଲସ୍ ଟେକ୍ନିସିଆନ୍ ଭାବେ ଚାରୋଟି ଟ୍ରେଡ୍ ମାଧ୍ୟମରେ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବାକୁ ଯୋଜନା କରିଛନ୍ତି ତେଣୁ ବିଭିନ୍ନ ପଂଚାୟର ପିଲାଙ୍କୁ ଏହି ତାଲିମ ପ୍ରଦାନର ଆଭିମୁଖ୍ୟ ସଂପର୍କରେ ଅବଗତ କରାଯିବା ପାଇଁ ଯୁବକଯୁବତୀଙ୍କୁ କାଉନସେଲିଂ କରାଯାଇଛି ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଗଜପତି ଜିଲ୍ଳାର ପାରଲାଖେମୁଣ୍ଡି ଠାରେ ଥିବା ସେଂଚ୍ୟୁରିଆନ୍ ବିଶ୍ୱବିଦ୍ୟାଳୟ କେନ୍ଦ୍ର ଠାରେ ଆସନ୍ତା ଦିନରେ ପିଲାଙ୍କୁ ୬୭ଦିନର ତାଲିମ ପ୍ରଦାନ କରାଯିବ ଫଳରେ ପିଲାମାନେ ଜଳ ଯୋଗାଣ କ୍ଷେତ୍ରରେ ନିଜର ରୋଜଗାରପନ୍ଥା ପାଇ ପାରିବେ ବୋଲି ମଧ୍ୟ କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.