ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଗତ ନଭେମ୍ବର ୨୮ ତାରିଖରୁ ସହରର ୭ଜଣ ଉଦୀୟମାନ ଯୁବକ ବାଇକ୍ ରେ ଦୀର୍ଘ ୪୦୦୦ କିଲୋମିଟର ଯାତ୍ରା କରି ନେପାଳର ଜନକପୁର, କାଠମାଣ୍ଡୁ, ପୋଖରା, ମୁକ୍ତିନାଥ ଇତ୍ୟାଦି ଅଞ୍ଚଳ ଗସ୍ତ କରି ଲୁମ୍ବାନୀ ଦେଇ ଉତ୍ତରପ୍ରଦେଶର ବାରାଣାସୀ ପଟରୁ ସଫଳତାର ସହ ସୁବର୍ଣ୍ଣପୁରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସାତଜଣିଆ ବାଇକ ଆରୋହୀ ପ୍ରଥମେ ସୋନପୁରରୁ ବାହାରି ଝାରଖଣ୍ଡ, ବିହାରର ଦରଭଙ୍ଗା ଦେଇ ନେପାଳ ଗସ୍ତ କରିଥିଲେ। ଏହି ଦଳରେ ସର୍ବଶ୍ରୀ ଗୌତମ ପାତ୍ର, ଗୌରଭ ପାଢୀ, ପିଣ୍ଟୁ ପଣ୍ଡା, ଆଶିଷ ମିଶ୍ର, ତାପସ ମହାନ୍ତି, ଅବିନାଶ ଦାଶ, ରିଙ୍କୁ ଦୋରା ପ୍ରମୁଖ ଯାତ୍ରା କରିଥିଲେ। ବାଇକ୍ ଆରୋହୀଙ୍କ ଏଭଳି ଦୁଃସାହସିକ ଯାତ୍ରା ଆଗାମୀ ଯୁବପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ସହରର ବୁଦ୍ଧିଜୀବୀ ପ୍ରକାଶ କରିଥିବା ବେଳେ ସମସ୍ତଙ୍କୁ ସ୍ଵାଗତ କରିଛନ୍ତି।





