ପୁଣି ସକାଳୁ ଦିଆନମୁଣ୍ଡା ନାଲ ନିକଟରେ ଦେଖାଦେଇଛି ଭାଲୁ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହରବାସୀ ବର୍ତ୍ତମାନ ଭାଲୁକୁ ନେଇ ଆତଙ୍କିତ ହୋଇପଡିଛନ୍ତି। ସହରର ଆଖପାଖ ଅଂଚଳରେ ମଧ୍ୟ ଭାଲୁ ବୁଲୁ ଥିବାର ଲୋକେ ଦେଖୁଛନ୍ତି। ଶନିବାର ସକାଳୁ ସଦର ବ୍ଲକ ଟାନୱାଟ ପଂଚାୟତର ଦିଅନମୁଣ୍ଡା ଗାଁ ନାଳ ନିକଟରେ ଭାଲୁ ବୁଲୁ ଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ। ଦିଆନମୁଣ୍ଡା ଗାଁ ନୂଆପଡା ସହରଠୁ ମାତ୍ର ୩ କି.ମି ଦୂରରେ ଅବସ୍ଥିତ। ପ୍ରକାଶ ଯେ ଆଜି ସକାଳୁ ଦିଅନମୁଣ୍ଡା ଗାଁର କିଛି ଯୁବକ ନାଳକୁ ଶୌଚ କରିବାପାଇଁ ଯାଇଥିଲେ। ସେଠାରେ ନିଜର ମଟରଗାଡିର ଲାଇଟ ଫକ୍ସରେ ଭାଲୁ ବୁଲୁ ଥିବା ଦେଖି ଘରକୁ ଫେରି ଆସିଥିଲେ। ତେବେ ଭାଲୁର ଆତଙ୍କ ଲଗାତାର ଏକ ସପ୍ତାହରୁ ଉର୍ଦ୍ଧ ସମୟ ଧରି ଲାଗିରହିଛି। ଡିସେମ୍ବର ମାସରେ ନୂଆପଡ଼ା ସହରର ଅନେକ ଲୋକଙ୍କୁ ଭାଲୁ ଆକ୍ରମଣ କରିଛି। ଗୁରୁବାର ଦିନ ମହୁଲଭଟା ଗାଁର ମୋହନା ରଣାଙ୍କ ଖେତପାଖ ଖୋଲା କୁଅଁରେ ଏକ ବୁଢା ଭାଲୁ ମାରିପଡ଼ିଥିଲା। ଏହାକୁ ବନ ବିଭାଗ ଉଦ୍ଧାର ମଧ୍ୟ କରିଥିଲା। ତେବେ ଆଜି ସକାଳୁ ଯେଉଁ ଭାଲୁ ଦେଖାଦେଇଛି ଦିଆନମୁଣ୍ଡା ନାଳ ନିକଟରେ ଏହାକୁ ନେଇ ଜନ ସାଧାରଣଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ସର୍ବମୋଟ କେତୋଟି ଭାଲୁ ନୂଆପଡା ସହରରେ ଆତଙ୍କ ଖେଳାଉଛନ୍ତି। ଏବଂ କେବେ ବନ ବିଭାଗ ଏହାର ନିରାକରଣ କରିବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ନୂଆପଡା ରେଞ୍ଜେର ଆଲୋକ ମାଝୀଙ୍କୁ ପଚାରିବାରୁ ଯେହେତୁ ସହର ନିକଟରେ ବନାଞ୍ଚଳ ରହିଛି ସେଠାରୁ ଖାଦ୍ୟ ନ ମିଳିବାରୁ ତାର ସନ୍ଧାନରେ ଭାଲୁ ସହରମୁହାଁ ହେଉଛନ୍ତି ଏବଂ ବନାଞ୍ଚଳରେ ଭାଲୁ ସଂଖ୍ୟା ଅଧିକ ରହିବେ ଗଣିତ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ଏହା ସହିତ ପେଟ୍ରୋଲିଙ୍ଗ ଓ ସଚେତନତା ଗାଡିର ବ୍ୟବସ୍ଥା କରାଯାଇ ଥିବାର ଶ୍ରୀ ମାଝୀ କହିଛନ୍ତି। ସହର ଆଖପାଖ ବନାଞ୍ଚଳରେ କ୍ରସର ଗୁଡିକ ରହିଛି। ବୈଧ କିମ୍ବା ଅବୈଧ ଭାବେ କ୍ରସର ଗୁଡିକ ପାହାଡ଼ ବ୍ଲାଷ୍ଟିଙ୍ଗ କରୁଛନ୍ତି। ଯାହା ଦ୍ୱାରା ଭୟରେ ବାନ୍ୟଜନ୍ତୁ ସହରମୁହାଁ ହେଉଥିବାର ସହରର କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.