ସାରାବଙ୍ଗ କୋସଲୀ ଧନୁଯାତ୍ରାର ଚତୁର୍ଥ ରଜନୀ

ପୁତନାର ମୃତ୍ୟୁରେ କଂସାସୁରଙ୍କ ଶୋକ, ଅଷ୍ଟମଲ୍ଲ ନିଧନ

ନାରଦଙ୍କ ପରାମର୍ଶରେ ମହାରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ କୋସଲୀ ଧନୁଯାତ୍ରା ମହୋତ୍ସବର ଚତୁର୍ଥୀ ରଜନୀ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସଂପନ୍ନ ହୋଇଛି। ଚତୁର୍ଥୀ ସନ୍ଧ୍ୟାରେ ସମ୍ମାନିତ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ସୋନିଆ ଅଗ୍ରୱାଲ, ବିଜେପି ଜିଲ୍ଲା ଯୁଗ୍ମ ସମ୍ପାଦକ କମଲେଶ ଦୀକ୍ଷିତ ଓ ତୁଳଶ ପଟେଲ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଭୁବନେଶ୍ୱରୀ ଦଣ୍ଡସେନା, ସାରାବଙ୍ଗ ସରପଞ୍ଚ ରଥବାଇ ପଟେଲ ପ୍ରମୁଖ ପ୍ରମୁଖ ଯୋଗଦେଇଥିଲେ। ଜୟକିସନ ସୁନାନୀ ମଞ୍ଚ ପରିଚାଳନା କରିଥିଲେ। କୃଷ୍ଣ ବଳରାମଙ୍କୁ ନିଧନ କରିବା ପାଇଁ ଯାଇଥିବା ପୁତୁନା ରାକ୍ଷସୀକୁ ଶ୍ରୀକୃଷ୍ଣ ବଧ କରିଛନ୍ତି। ଯାହାଫଳରେ କଂସାସୁର ଗଭୀର ଶୋକ ପ୍ରକାଶ କରିଥିଲେ। ପରେ ଶ୍ରୀକୃଷ୍ଣ ବଳରାମଙ୍କୁ ମାରିବା ପାଇଁ କଂସାସୁର ପ୍ରେରଣ କରିଥିବା ଅଷ୍ଟମଲ୍ଲଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଏହାପରେ ନାରଦଙ୍କ ପରାମର୍ଶ କ୍ରମେ ମହାରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା ନାଟକ ମାଧ୍ୟମରେ ମଞ୍ଚସ୍ଥ ହୋଇଛି। କଂସ ଭୂମିକାରେ ସଲଙ୍ଗୀପଡାର ଶିକ୍ଷକ ମଧୁସୂଦନ ପାଣିଗ୍ରାହୀଙ୍କ ଅଭିନୟ ଚିତ୍ତାକର୍ଷକ ରହିଥିଲା। ରାତିରେ କଳାଜୀବି ସମ୍ବଲପୁରୀ ଫୋକ ଡାନ୍ସ ଦଳ ସହ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗୋପାଳ ପଟେଲ, ଉପ ସଭାପତି ଗୋବିନ୍ଦ ଦଣ୍ଡସେନା, ସମ୍ପାଦକ ଚେନ ସିଂ ଜଗତ, ଯୁଗ୍ମ ସମ୍ପାଦକ ଭୁବନେଶ୍ୱର ଦଣ୍ଡସେନା, କୁସଲ ପଟେଲ, କମଲ ରାଉତ, ହୀରା ନାୟକ, ଦେୱାନନ୍ଦ ଦେୱାଙ୍ଗନ, କୋଷାଧକ୍ଷ ପ୍ରତିକ ଦେୱାଙ୍ଗନ, ଉପ କୋଷାଧକ୍ଷ ସନ୍ତୋଷ ଦଣ୍ଡସେନା, ଅଗଷ ଦଣ୍ଡସେନା, ଆଶିଷ ଦେୱାଙ୍ଗନ, ଗୋବିନ୍ଦ ରାଉତ, ଉମେଶ ରାଉତ, ତୁଲେଶ ପଟେଲ, ଦୀନେଶ ପଟେଲ, କୌଶିକ ସାହୁ, ନନ୍ଦୁ ରାଉତ, ପୁରୁଷୋତ୍ତମ ରାଉତ, ଗଜେନ୍ଦ ରାଉତ, ହେମନ୍ତ ଦେୱାଙ୍ଗନ, ରିତେଶ ଦେୱାଙ୍ଗନ, ଗୋପୀଚାନ୍ଦ ଦେୱାଙ୍ଗନ, ୟୋଗେଶ ଦଣ୍ଡସେନା, ଅଶୋକ ପଟେଲ, କସିରମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସାରାବଙ୍ଗ କୋସଲୀ ଧନୁଯାତ୍ରା ଦେଖିବା ପାଇଁ ପ୍ରବଳ ଜନସମାଗମ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.