ମା ବସ୍ତରେନ ଫୁଟବଲ ଟୁର୍ଣ୍ଣମେଣ୍ଟ: ଥୁଆପଦରକୁ ହରାଇ ପିପଳଭାଡ଼ି ଚମ୍ପିୟାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଥୁଆପଦର ପଞ୍ଚାୟତରେ ମା ବସ୍ତରେନ ଫୁଟବଲ କ୍ଲବ ଆୟୋଜିତ ଫାଇନାଲ ମ୍ୟାଚ ପିପଳଭାଡ଼ି ଓ ଥୁଆପଦର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ରୋମାଞ୍ଚକର ମ୍ୟାଚରେ ପିପଳଭାଡ଼ି ବିଜୟ ହୋଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣାର ପୂର୍ବତନ ମୁନସିପାଲଟି ଅଧ୍ୟକ୍ଷା ତଥା କଳାହାଣ୍ଡି ଜିଲ୍ଲା ମହିଳା ବିଜେଡି ସଭାପତି ଲଳିତା ନାଏକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ଦିଗାମ୍ବର ଲୁହା, ଜିଲ୍ଲା ଛାତ୍ର ବିଜେଡି ସଂପାଦକ ଅରବିନ୍ଦ ସାହୁ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଚାରିଦିନ ଧରି ଚାଲିଥିବା ମ୍ୟାଚରେ ମଦନ ଭୋଇ, ଜୟରାମ ଭୋଇ, ଧନୁର୍ଜ୍ୟ ଭୋଇ, ଟିକନୁ ଗଉଡ଼, ମେଘରାଜ ଦାସ, ଟେନୋଜ ମାଝି, ବାବୁଲି ଭୋଇ, କିଶୋର ସୁନା, ଉଦ୍ଧବ ଭୋଇ, ସୁବ୍ରତ ଭୋଇ, କୁନା ଭୋଇ, ଜୟନ୍ତ ପାଣ୍ଡେ, ରାଜା ମାଝୀ, ସାହେବ ମାଝୀ, ଆଦିତ୍ୟ ଭୋଇ ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.