ସୁନାମୁଖି ଶାନ୍ତିବନରେ ଜମୁଛି ବଣଭୋଜିର ଆସର; ନୂଆବର୍ଷରେ ପର୍ଯ୍ୟଟକଙ୍କ ଭିଡ଼ 

ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଦେଓଗାଁ ପଞ୍ଚାୟତ ମହଗାଁ ନିକଟରେ ଥିବା ସୁନାମୁଖି ଶାନ୍ତିବନରେ ବଣଭୋଜିର ଆସର ଜମୁଛି। ଆଜି ୨୦୨୪ ମସିହାର ପ୍ରଥମ ଦିବସ ହୋଇଥିବାରୁ ଏହି ସ୍ଥାନରେ ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଆସି ବଣଭୋଜି କରିଥିବା ଦେଖିବାକୁ ମିଳିଛି। ପ୍ରାକୃତିକ ଦୃଶ୍ୟରାଜି ସହ ଦେବୀ ସୁନାମୁଖିଙ୍କ ଆସ୍ଥାନ ପରିସରରେ ପାନୀୟ ଜଳ, ଆଲୋକ, କଲ୍ୟାଣ ମଣ୍ଡପ ଆଦି ରହିଥିବା ଯୋଗୁଁ ପର୍ଯ୍ୟଟକମାନେ ଆକୃଷ୍ଟ ହୋଇ ଏହି ସ୍ଥାନକୁ ଆସୁଛନ୍ତି। କେସିଙ୍ଗା ଓ ନର୍ଲା ବ୍ଲକର ସୀମାନ୍ତବର୍ତ୍ତି ସ୍ଥାନରେ ଥିବା ସୁନାମୁଖି ଶାନ୍ତିବନର ପୂର୍ବ ଗୈାରବ ବଢିପାରିଛି ମହଗାଁବାସୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ସହଯୋଗରେ। ଅଞ୍ଚଳର ଏକ ପ୍ରତ୍ୟକ୍ଷ ଦେବୀ ମାଆ ସୁନାମୁଖିଙ୍କ ଦର୍ଶନ ସହ ବଣଭୋଜିର ମଜା ନେଉଛନ୍ତି ଲୋକେ। ତେବେ ବର୍ଷ ବର୍ଷ ଧରି ସରକାର ଓ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହି ଆସିଥିବା ସୁନାମୁଖି ଶାନ୍ତିବନକୁ ଯଦି ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରନ୍ତେ ତେବେ ଏହା କଳାହାଣ୍ଡିର ଆଉ ଏକ ରମଣୀୟ ସ୍ଥାନ ହୋଇ ପାରନ୍ତା। ଏଥିପ୍ରତି କଳାହାଣ୍ଡି ଜିଲ୍ଲା ପ୍ରଶାସନର ଆନ୍ତରିକତା ଜରୁରୀ ବୋଲି ମତ ପ୍ରକାଶ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.