ପଏଁରୀ ତିହାରର ଦ୍ଵିତୀୟ  ସନ୍ଧ୍ୟା

ଗୁଜରାଟର କଳାକାରଙ୍କ ନୃତ୍ୟ ଗୀତରେ ବିଭୋର ଦର୍ଶକ 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଜାତୀୟ ପାରମ୍ପରିକ ଲୋକ ନୃତ୍ୟ ଓ ସଙ୍ଗୀତ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ସୁନ୍ଦରଗଡର ମାରିଆ ଜ୍ୟୋତି ସାଂସ୍କୃତିକ କଳା ପରିଷଦ ର ଝୂମେର ନାଚ ଗୀତ, ପଏଁରୀର ଜମୁଡ଼ାଲି, ଭାଲେରର ଚୁଟକୁ ଚୁଟା, ଆସାମର ବିହୁ, ମଧ୍ଯ ପ୍ରଦେଶ ଓ ଗୁଜରାଟ କଳାକାରଙ୍କ ନାଚ ଗୀତରେ ଖୁବ୍ ମଜା ନେଲେ ଦର୍ଶକ।

ମଙ୍ଗଳବାର ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ  ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ  କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ସୋନପୁର ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଆଇସିଆଇସିଆଇ ବ୍ୟାଙ୍କର ମ୍ୟାନେଜର ସତ୍ୟଜିତ୍ ମିଶ୍ର, ନାଟ୍ୟଶ୍ରୀ ଗଦାଧର ବାରିକ୍, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୋଗ ଦେଇ କଳାକାରଙ୍କୁ ପୁରସ୍କୃତ, କରି ଉତ୍ସାହିତ କରିଥିଲେ।

ପଏଁରୀ  ସଭାପତି ଲଡୁ କିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ସମ୍ପାଦକ ଚୌଧୁରୀ ବିଭାର ସଂଯୋଜନା କରିଥିବା ବେଳେ ଉପ ସଭାପତି ପ୍ରଫୁଲ୍ଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଯୋଡି ଶଙ୍ଖ, ଆସାମର ବିହୁ ଓ ଗୁଜୁରାଟ କଳାକାରଙ୍କ ଲୋକ ନୃତ୍ୟ ଦର୍ଶକଙ୍କୁ ଆତ୍ମ ବିଭୋର କରିଥିବା ବେଳେ ବିଳମ୍ୱିତ ରାତି ଯାଏଁ ହଜାର ହଜାର ଦର୍ଶକ ନାଚ ଗୀତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.