ଥୁଆମୂଳ ରାମପୁରରେ ବିଜେପିର କଳାହାଣ୍ଡି ବନ୍ଦ ଡାକରାର ପ୍ରଭାବ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ବିଜେପିର କଳାହାଣ୍ଡି ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲା ବିଜେପି ଦଳ ପକ୍ଷରୁ ଆହ୍ୱାନ କ୍ରମେ ଜିଲ୍ଲାର ମଣ୍ଡି ଗୁଡିକରେ ଚାଷିଙ୍କ ଧାନର କଟନୀ ଛଟନି, କପାର ଅଭାବି ବିକ୍ରି, ବିଦ୍ୟୁତ ଦର ବୃଦ୍ଧି ଓ ମଦକୋଠୀକୁ ବିରୋଧ କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଗୁରୁବାର ସକାଳ ୬ ଘଣ୍ଟାରୁ ବ୍ଲକର ସଦର ମହକୁମା ସହିତ ଗୁଣପୁରର ସାଇସୁରୁନୀ ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ ଯାନବାହନ ଚଳାଚଳ ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଥୁଆମୂଳ ରାମପୁର ବିଜେପି ପକ୍ଷରୁ କୃଷ୍ଣଚନ୍ଦ୍ର ପରିଚ୍ଛା, ରାଧାକୃଷ୍ଣ ନାଏକ, ସତୃଘନ ଗହୀର, ଦୟାନିଧି ଭୋଇ, ଆଲୋକ ନାଏକ, ଦୀପକ ରଞ୍ଜନ ବାରିକ, ପୁଷ୍ପ ନାଏକ, ମାଣିକ ନାଏକ, ପ୍ରବୀଣ ମୁଣ୍ଡ, ଜୀତେନ ନାଏକ, ମହାଦେବ ସିଂ, କୁନା ପାତ୍ର, ଉଦିତ ସାହୁଙ୍କ ସମେତ ବ୍ଲକର ଦୁଇ ମଣ୍ଡଳ ସଭାପତି ସୁଶାନ୍ତ ନାଏକ ଏବଂ ଧନୁ ନାଏକ ଉପସ୍ଥିତ ରହି ବନ୍ଦ ପାଳନରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.