ଜୁନାଗଡ଼ ବିଜେଡ଼ିର ମିଶ୍ରଣ ପର୍ବ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମଠାରେ ବିଜୁ ଜନତା ଦଳ ତରଫରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ସାତଗୋଟି ଗ୍ରାମ ପଞ୍ଚାୟତ କାଲୋପଲା, ଚାରବାହାଲ୍, ମହିଚଲା, ଗୌଡଛେଣ୍ଡିଆ, ହାବସପୁର, ମାଲିଗୁଡ଼ା, ସନ୍ୟାସୀ କୁଣ୍ଡାମାଲର ଶତାଧିକ ବିଜେପି ଓ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେଡିରେ ସାମିଲ ହୋଇଥିବା ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ସଶକ୍ତ ନେତୃତ୍ଵରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବରିଷ୍ଠ ନେତୃବର୍ଗ ଓ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପରେ ନୂତନ ବର୍ଷ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଠାରେ କଳାହାଣ୍ଡି ମାଟିର ପୁତ୍ର ସର୍ବେଶ୍ଵର ଭୋଇ ଉପସ୍ଥିତ ହୋଇ ନିଜର ଗୀତରେ ସବୁ ଲୋକଙ୍କୁ ଉତ୍ସାହିତ କରିଥିଲେ।ବିଜୁ ଜନତା ଦଳର ଦିନେଶ ବଗର୍ତ୍ତି, ଆଦିତ୍ୟ ନନ୍ଦ, କାମାକ୍ଷା ପ୍ରସାଦ ପ୍ରଧାନୀ, ଜୁନାଗଡ ପୂର୍ବତନ ଅଧ୍ୟକ୍ଷ ମହେଶ ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.