ନାବାଳିକାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ, ଥାନାର ଦ୍ୱାରସ୍ଥ ହେଲେ ବାପା ମାଆ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା କରମତଲା ପଞ୍ଚାୟତ ସ୍ଥିତ ତୁଷ୍ଟାପାଲି ଲାନ୍ଥନଦୀ କୁଳରୁ ଜଣେ ନାବାଳିକାଙ୍କ ଅର୍ଦ୍ଧନଗ୍ନ ଓ ଅଚେତ ଅବସ୍ଥା ପରିବାର ଲୋକେ ଉଦ୍ଧାର କରିଛନ୍ତି। ଏ ନେଇ ପରିବାର ଲୋକେ ପ୍ରଥମେ ସଇଁତଲା ଡାକ୍ତରଖାନା ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳକୁ ବଲାଙ୍ଗୀର ପୋଲିସ ପହଂଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ ତଦନ୍ତ ଚଲାଇଛି। ଅନ୍ୟପଟେ ଗୁରୁବାର ସଇଁତଲା ଥାନାକୁ ନାବାଳିକା ଯୁବତୀର ବାପା ମହାଦେବ ଛତ୍ରିଆ ଓ ମାଆ ସରସ୍ବତୀ ଛତ୍ରିଆ ପହଂଚି ମୋ ଝିଅକୁ ଦୃଷ୍କର୍ମ ପରେ ହତ୍ୟା କରଯାଇଛି ବୋଲି ସଇଁତଲା ଥାନା ଅଭିଯୋଗ ଉଠାଇଛନ୍ତି। ଉକ୍ତ ଘଟଣାକୁ ନେଇ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଓ ସଇଁତଲା ଆଇଆଇସି ଅବନୀ କୁମାର ସାହୁ ଉଭୟ ବାପା ମା ଓ ସାଙ୍ଗରେ ଥିବା ଗାଁର ଯୁବକମାନଙ୍କୁ ବୁଝାଇ କହିଲେ ଯେ, ବଲାଙ୍ଗୀର ଥାନା ଏକ ୟୁଡି ମାମଲା ରୁଜୁ ହୋଇଛି। ଏ ନେଇ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଥିଲେ। ପ୍ରକାଶ ଯେ, ତୁଷ୍ଟାପାଲି ଗାଁର ମହେଦେବ ଛତ୍ରିଆଙ୍କ ଝିଅ ନଳିନୀ ଛତ୍ରିଆ (୧୭) ମଙ୍ଗଳବାର ସନ୍ଧ୍ୟାରେ ସାଙ୍ଗ ସାଥି ସହ ଲାନ୍ଥ ନଦୀକୁ ଶୌଚ ପାଇଁ ଯାଇଥିଲେ। ତେବେ ନଳିନୀ ଅନ୍ୟ କୁଆଡେ ଯାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଆସିବାରୁ ସାଙ୍ଗରେ ଯାଇଥିବା ଅନ୍ୟ ଯୁବତୀ ମାନେ ନଳିନୀକୁ ଖୋଜାଖୋଜି କରିଥିଲେ। ପରେ ଏକ ବୁଦାମୂଳ ତଳେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡିଥିବା ଦେଖି ପରିବାର ଲୋକେ ଖବର ପାଇଁ ଘରକୁ ଆଣି ପ୍ରଥମେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନରେ ଡାକ୍ତର ମୃତ ଘୋଷଣା କରିବା ସହ ସନ୍ଦେହ କରି ବଲାଙ୍ଗୀର ପୁଲିସକୁ ଖବର ଦେବାପରେ ପୁଲିସ ଶବ ଜବତ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.