ବିକଶିତ ଭାରତ ସଂକଳ୍ପ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): ବିକଶିତ ଭାରତ ସଂକଳ୍ପ ଯାତ୍ରା କର୍ଲାମୁଣ୍ଡା ବ୍ଲକରେ ଆୟୋଜିତ ହୋଇଯାଇଛି। ବୋରପଦର ପଞ୍ଚାୟତରେ ରଥ ପହଞ୍ଚିବା ପରେ ଆୟୋଜିତ ସଂକଳ୍ପ ସମାବେଶରେ ସରପଞ୍ଚ ସୁବାଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆଇସିଡିଏସ ସୁପରଭାଇଜର କୁସୁମ ପଣ୍ଡା, ପିଇଓ ପରମାନନ୍ଦ ମାଝୀ ଉପସ୍ଥିତ ଥିବାବେଳେ ଜି ଆର ଏସ ଗଜାନନ ଗହିର ସଭା ସଂଯୋଜନା କରିଥିଲେ। ବିଶ୍ଵକର୍ମା ଯୋଜନା ସଂଯୋଜକ ଘନଶ୍ୟାମ ଗହୀର, କେସିଙ୍ଗା ପୋଷ୍ଟାଲ ସବ‌ଡିଭିଜନାଲ ଓଭରସିଅର ଅରୁଣ ଭୋଇ, ବିଜେପି ପୂର୍ବତନ ବ୍ଲକ ସଭାପତି ଗୋବିନ୍ଦ ସାହୁ, ଵୋରପଦର ସମିତି ସଭ୍ୟା ଆରତି ସାହୁ, ସି ଏଚ ଓ ବେଦ ଶଙ୍କର ସାହୁ, ସାମ୍ବାଦିକ ନବୀନ କିଶୋର ସାହୁ, ଜିପିଓ ଦେଵରାଜ ରଣା, ପ୍ରମୁଖ ଉପସ୍ଥିତି ରହି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ବିକଶିତ ଉପରେ ମତବ୍ୟକ୍ତ ରଖିଥିଲେ। କେନ୍ଦ୍ର ସରକାରଙ୍କ ଯୋଜନା ରେ ଲାଭ ପାଇଥିବା ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ମଞ୍ଜୁଳା ଜାନୀ, ପି ଏମ କିଶନ ଯୋଜନାର ରୋମାଞ୍ଚଳ ସାହୁ, ଉଜ୍ଵଳା ଯୋଜନା ଜୟନ୍ତୀ ସୁନା, କିଶୋରୀ ଵାଳିକାର ପ୍ରିୟଙ୍କା ସାହୁ ଲାଭବାନ ପାଇଥିବା କେନ୍ଦ୍ରସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ହୃଦାନନ୍ଦ ସାହୁ, କିଶୋର ସାହୁ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ସାପଲହରା ପଞ୍ଚାୟତ ସରପଞ୍ଚ ରାଜେଶ୍ଵରୀ ସେନାପତି ଅଧ୍ୟକ୍ଷତାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ସାପଲହରା ଠାରେ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.