୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟ: ବିଳାସପୁରକୁ ହରାଇ ଖୋର୍ଦ୍ଧା ସେମିରେ

ଖୋର୍ଦ୍ଧା ଓ ସମ୍ବଲପୁର ମଧ୍ୟରେ ହେବ ସେମି ଫାଇନାଲ ମ୍ୟାଚ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡିଅମ ଠାରେ ୩୨ତମ ସର୍ବ ଭାରତୀୟ ୱାଇ.ଏମ.ସି କପ କ୍ରିକେଟ ଟୁର୍ନାମେଣ୍ଟର ଦ୍ଵିତୀୟ ଦିବସ ଖେଳ ଅନୁଷ୍ଠିତ ହୋଇଯାଇଛି। ୱାଇ.ଏମ.ସି କ୍ରିକେଟ କପର ଆବାହକ ତଥା ଜିଲ୍ଲା କ୍ରିକେଟ ସଂଘ ସାଧାରଣ ସମ୍ପାଦକ ଭୈରବ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି ଦ୍ଵିତୀୟ ଦିବସ ଖେଳ ଅବସରରେ ମୁଖ୍ୟ ଅତିଥି ଭାବେ ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପ, ସମ୍ମାନିତ ଅତିଥି ଭାବେ ବିଜେଡି ଉପ ସଭାପତି ତଥା ଯୁବ ଆଇନଜୀବି କ୍ଷିତୀଶ ବୋଧଙ୍କର, ବ୍ଲକ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ଏସବିଆଇ ନୂଆପଡା ଶାଖା ମେନେଜର ଦେବାଶିଷ ଯୋଶୀ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ। ଜିଲ୍ଲା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁ ଓ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ମଞ୍ଚ ପରିଚାଳନା କରୁଥିଲେ। ସେହିପରି ପୁନିତ ଶବର ମ୍ୟାଚରେ ଧାରାବିବରଣୀ ପ୍ରଦାନ କରୁଥିବା ବେଳେ ଶୈଲେଶ ଶତପଥୀ ଓ ଆୟୁଷ୍ମାନ ଗୁପ୍ତା ସ୍କୋରର ଦାଇତ୍ୱ ତୁଲାଇ ଥିଲେ। ଅମପେୟାର ଭାବେ ଚୂଡ଼ାମଣୀ ପାଢ଼ୀ, ବିଶ୍ୱମ୍ବର ମହାକୁଡ଼ ଦାଇତ୍ୱ ବହନ କରିଥିଲେ। ଶୁକ୍ରବାର ଦିନ ମ୍ୟାଚ ଟି ଗ୍ରୁପ (ଏ)ର ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଓ ଏସଇସି ଆର ସି ବିଳାସପୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ ଜିତି ପ୍ରଥମେ ଇଷ୍ଟ କୋଷ୍ଟ ରେଲୱେ ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୮ ୱଇକେଟ ହରାଇ ୨୨୪ ରନ ସଂଗ୍ରହ କରିଥିଲା। ଜବାବରେ ବିଳାସପୁର ଦଳ ୨୯.୫ ଓଭରରେ ମାତ୍ରା ୨୧୯ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା। ଫଳରେ ଖୋର୍ଦ୍ଧା ଦଳ ମ୍ୟାଚ ଜିତି ସେମି ଫାଇନାଲରେ ପ୍ରବେଶ କରିଛି। ଶନିବାର ଗ୍ରୁପ (ଏ)ର ଆଭାର ସମ୍ବଲପୁର ଓ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧା ଦଳ ମଧରେ ସେମି ଫାଇନାଲ ମ୍ୟାଚ ଖେଳାଯିବାର ଅଛି। ମିନି ଷ୍ଟାଡିଅମରେ ଶହ ଶହ ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳୁଛି। ଆୟୋଜକ ୱାଇ.ଏମ.ସି ସଭାପତି ଅମରେଶ ଦାସ, ସମ୍ପାଦକ ତପନ ବଗର୍ତି, କ୍ଷୀରୋଧ ପାଢ଼ୀ, ସଞ୍ଜୟ ପୁରୋହିତ, ସୁରେଶ ସାହୁ, ସଞ୍ଜୟ ପଟ୍ଟନାୟକ, ରାଜେନ୍ଦ୍ର ବଢ଼େଇ, ସନ୍ତୋଷ ସୁପକାର, ବାବି ମହଲା, ରଂଜିତ ସୁନା, ପିଣ୍ଟୁ ଭୋଇ, ଅନିଲ ଦାସ, ଶ୍ରୀରାମ ମିଶ୍ର, ଜିତୁ ହୋତା, ଟିପୁ ଖାନ, ଜନି ହରପାଲ, ମୁକେଶ ସହିସ, ବାଲେଶ୍ୱର ମାଝୀ, ପ୍ରତିକ୍ ପଟ୍ଟନାୟକ ପ୍ରମୁଖ ଆୟୋଜକ ୱାଇ.ଏମ.ସି କ୍ରିକେଟ କପ ଟୁର୍ନାମେଣ୍ଟକୁ ସଫଳ କରିବା ପାଇଁ ମଙ୍ଗ ଧରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.