ନର୍ଲା ହାଇସ୍କୁଲର ସଡକ ସୁରକ୍ଷା ସପ୍ତାହ ପାଳନ

ନଗର ପରିକ୍ରମା କରି ଜନ ସଚେତନତା ସୃଷ୍ଟି କଲେ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାନୁୟାରୀ ୨ ରୁ ୯ ଯାଏଁ ଚାଲିଛି ସଡକ ସୁରକ୍ଷା ସପ୍ତାହ ପାଳନ। ବିଭିନ୍ନ ଅନୁଷ୍ଠାନ ତରଫରୁ ଏହି ସପ୍ତାହ ପାଳନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଶନିବାର ନର୍ଲା ହାଇସ୍କୁଲ ତରଫରୁ ପାଳିତ ହୋଇଯାଇଛି ସଡକ ସୁରକ୍ଷା ସପ୍ତାହ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ନେତୃତ୍ୱରେ ତଥା ବିଦ୍ୟାଳୟର କର୍ମଚାରୀ ସୁବାସ ପଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ସମ୍ବନ୍ଧିତ ସଚେତନତା ବାର୍ତ୍ତା ଲେଖା ଥିବା ବ୍ୟାନର ଓ ପ୍ଲା-କାର୍ଡ ସବୁ ଧରି ବିଦ୍ୟାଲୟରୁ ବାହାରି ଏକ ଭବ୍ୟ ଶୋଭାଯାତ୍ରାରେ ନର୍ଲା ଚାରିଛକ ଦେଇ ନର୍ଲା ନଗର ପରିକ୍ରମାରେ ବ୍ଲକ ଛକ ଯାଏଁ ଯାଇଥିଲେ। ଶୋଭାଯାତ୍ରା ସମୟରେ ରାସ୍ତାରେ ଯାଉଥିବା ବାଇକ ଆରୋହୀ, ଲଘୁଯାନ ଓ ଭାରିଯାନ ଚାଳକ ମାନଙ୍କୁ ଅଟକାଇ ଗାଡି ପରିଚାଳନା ସମୟରେ ହେଲମେଟ ପରିଧାନ, ସିଟ ବେଲ୍ଟ ବାନ୍ଧିବା, ମଦ୍ୟପାନ କରି ଗାଡି ନଚଲେଇବା, ଗାଡି ଚାଳନା ବେଳେ ମୋବାଇଲ ଫୋନ ରେ କଥା ନହେବା ପ୍ରଭୃତି ବିଷୟରେ ବୁଝାଇଥିଲେ। ଶୋଭାଯାତ୍ରା ସମୟରେ ଏସବୁ ବିଷୟରେ ସଚେତନ କରି ବିଭିନ୍ନ ନାରା ଦେଇଥିଲେ। ଶୋଭାଯାତ୍ରା ସାରି ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଫେରିବା ପରେ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସହକାରୀ ଶିକ୍ଷକ ତେଜରାଜ ସାହୁ, ପ୍ରଶାନ୍ତ ସାହୁ, ଫାଲ୍ଗୁନି ରାଓ, ପିଇଟି ଧିରେନ୍ଦ୍ର କୁମାର ନାଏକ, ଶିକ୍ଷୟତ୍ରୀ ସର୍ମିତା ସେଠୀ, ସୋନମରାଣୀ ପଧାନ, ସସ୍ମିତା ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.