ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ କଳାହାଣ୍ଡି ଉତ୍ସବ ‘ଘୁମୁରା-୨୦୨୪’ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ଚମ୍ପାଦେଇପୁର ପଞ୍ଚାୟତ ପରିସରରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବ ପ୍ରାରମ୍ଭରେ ଚମ୍ପାଦେଇପୁର ଗାଁ ସ୍ଥିତ ବନଭୈରବ ମନ୍ଦିରରୁ ବାହାରି ବୀର ବାଦ୍ୟ ଘୁମୁରାର ଓ ଆଦିବାସୀ ଢାପ୍ ବଜା ତାଳେତାଳେ ସମସ୍ତ ଅତିଥି ଏବଂ ଶତାଧିକ ସ୍କୁଲ ଛାତ୍ରଛାତ୍ରୀଙ୍କ ସମେତ ପଞ୍ଚାୟତ ଅଞ୍ଚଳର ସମସ୍ତ ମହିଳା ଓ ପୁରୁଷ ସାମିଲ ହୋଇ ମଶାଲ ଶୋଭାଯାତ୍ରାରେ ବାହାରି କଳାହାଣ୍ଡି ଉତ୍ସବ ମଞ୍ଚରେ ପହଞ୍ଚି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗଦେଇ ଥିବା ବେଳେ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇ, ଉପାଧ୍ୟକ୍ଷ ସଞ୍ଜିବ କୁମାର ନାଏକ, ନାଏବ ସରପଞ୍ଚ ଭାନୁମତୀ ଘଡେ଼ଇ, ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷ ରାଏ, ବିଡ଼ିଓ ଶଶାଙ୍କ ପାତ୍ର, ତହସିଲଦାର କିରଣ କୁମାର ମହାନ୍ତି, ପିଇଡବ୍ଲୁ ମିଡ଼ିଆ ଏସୋସିଏସନ୍ ଉପଦେଷ୍ଟା ସନ୍ତୋଷ କୁମାର ତୁଳ, ସଭାପତି ନିଲେଶ କୁମାର ନାଗ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, ଆଦିବାସୀ ସଂଘ ସଭାପତି ଶୁକ୍ରୁ ମାଝୀ, ଯନ୍ତ୍ରୀ ସ୍ମିତା ବିଶ୍ଵାଳ, ସମାଜସେବୀ ଭୀମସେନ ସାହୁ, ସନ୍ୟାସୀ ହିଆଲ୍, ନୀଲାଞ୍ଚଳ ପ୍ରଧାନ, ଦେବରାଜ ପାତ୍ର, ଯୁଡାବନ୍ଧ ପଞ୍ଚାୟତ ହାଇସ୍କୁଲ ପ୍ରଧାନଶିକ୍ଷକ ଶୁକଦେବ ମଳ, ଚମ୍ପାଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପଦ୍ମଲୋଚନ ସୁନା, ଗାଁ ଗୈାତିଆ ପ୍ରଭାକର ଦୋରା, ଯୁଡାବନ୍ଧ ଗୌତିଆ ଭୁବନେଶ୍ଵର ପାତ୍ର, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ ଯୋଗଦେଇଥିଲେ। ଏଥିରେ ମଧୁସୁଦନ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ପଞ୍ଚାୟତର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୃତୀ କଳାକାରମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସେହିପରି ବ୍ଲକର କାନକୁଟ୍ର, ଲାଞ୍ଜି, ଭର୍ଟିଗଡ଼, କଦମ୍ବଗୁଡା,ଭଟାଙ୍ଗପଦର ପଞ୍ଚାୟତ ଠାରେ ମଧ୍ୟ କଳାହାଣ୍ଡି ଉତ୍ସବ ‘ଘୁମୁରା ୨୦୨୪’ ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.