ଗୁପ୍ତେଶ୍ୱର କନକଦୂର୍ଗା ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଉଳପଲ୍ଲି ଗ୍ରାମର ଗୁପ୍ତେଶ୍ୱର କନକଦୂର୍ଗା ପୀଠରେ ଅନନ୍ତ କଳ୍କୀ ବିଶ୍ୱରୂପ ବିଶ୍ୱରୂପା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ମହାଯଜ୍ଞଟି ଜାନୁଆରୀ ମାସ ୨୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୦୨  ତାରିଖରେ ସମାପନ ହେବ। ଏହି ଯଜ୍ଞର  ଉପଦେଷ୍ଟା ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁର ସହ ସଂଯୋଜକ ତଥା ସମାଜସେବୀ ନିର୍ମଳ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କବିସୂର୍ଯ୍ୟନଗର ବିଧାୟିକା  ଲତିକା ପ୍ରଧାନ,  କଟକ ତୁଳସୀପୁର ବିହାର କଲୋନୀର ସନ୍ଥ ନିର୍ଭୟା ନନ୍ଦ ଦାଶ ବାବା ଓ ବରିଷ୍ଟ ଆଇନଜୀବି  ଗୌରୀ ଶଙ୍କର ରାଉଳ, ସମାଜସେବୀ  ଜଗତ ବନ୍ଧୁ ପଣ୍ଡା, ୩୫ ନଂ  ଜିଲ୍ଲା ପରିଷଦ ସଦସ୍ୟ  ଭଜମନ ବେହେରା, ବ୍ଲକ ଉପାଧକ୍ଷାଙ୍କ ପ୍ରତିନିଧି ଲିଙ୍ଗରାଜ  ବାରିକଙ୍କ  ସହିତ  ଯଜ୍ଞର  ବିଶ୍ଵକର୍ମା ମହାରଣା ଏବଂ ପୁରୁଷୋତ୍ତମପୁର ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସ୍ଥାନୀୟ ଗ୍ରାମବାସୀ,  ଯୁବ ସମାଜ ଏବଂ ବହୁ ସହଯୋଗୀ କର୍ମକର୍ତ୍ତା ଉପସ୍ଥିତିରେ ଯଜ୍ଞ କିପରି ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳା ରେ ସରିବ ଏବଂ ଅନ୍ୟାନ୍ୟ ଗୋଯଜ୍ଞ, ଅନ୍ନଯଜ୍ଞ ଜ୍ଞାନ ଯଜ୍ଞ, ସହିତ ବିଭିନ୍ନ ମନୋରଞ୍ଜନ  ନିମନ୍ତେ ମିନା ବଜାର କେଉଁଠାରେ ହେବ, ଯଜ୍ଞର ସାଲା, କୁଣ୍ଡ ମଣ୍ଡପ କିପରି ସରିବ, ଏହା ଉପରେ କିଛି ସ୍ଥାନ ବୁଲି  ଦେଖିଥିଲେ। ବିଧାୟିକା ଏକ ପରିଚାଳନା କମିଟି ଗଠନ କରି ଦାୟିତ୍ୱ ଦେଇ କାର୍ଯ୍ୟ କରିବାକୁ ମତ ଦେଇଥିଲେ। ଆଇନଜୀବୀ ଗୌରୀ ଶଙ୍କର ରାଉଳ ସ୍ଥାନୀୟ ଗ୍ରାମରେ ମଧ୍ୟ ଏକ କମିଟି କରି ଲୋକଙ୍କୁ ଯଜ୍ଞରେ ସବୁ ପ୍ରକାର  ନିଜ ଶକ୍ତି ଅନୁସାରେ ଆର୍ଥିକ ଓ  ଶ୍ରମ ଭିତ୍ତିକ ସହଯୋଗ କରିବା ପାଇଁ ମତ ଦେଇଥିଲେ। ବାବା ଶ୍ରୀ ନିର୍ଭୟା ନନ୍ଦ ମହାରାଜ ଜି  ଯଜ୍ଞ ଆହୁତି ଦ୍ୱାରା ମନୁଷ୍ୟ ଜୀବନର ପାପ, ଦୁଃଖ, ମୋହ, ତ୍ୟାଗ ହେବା ସହିତ ପରମାତ୍ମାଙ୍କ ଠାରୁ ମୋକ୍ଷ ପ୍ରାପ୍ତି ନିମନ୍ତେ କିଛି  ଆଶୀର୍ବାଦ ପ୍ରାପ୍ତ ହେବ ବୋଲି କହି ଥିଲେ। ଉପଦେଷ୍ଟା ନିର୍ମଳ ଚନ୍ଦ୍ର ସାହୁ ଉପସ୍ଥିତ ବ୍ୟକ୍ତି ବିଶେଷଙ୍କ ସହିତ ସମସ୍ତଙ୍କ  ସହଯୋଗ ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ ହୋଇ ପାରିବ ସେଥି ନିମନ୍ତେ  ସମସ୍ତେ ଅକୁଣ୍ଠ ଚିତ୍ତରେ  ସାହାଯ୍ୟ ସହଯୋଗ କରିବାକୁ  ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.